ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱର ରୁ ଜୟପୁରକୁ ଆରମ୍ଭ ହେଲା ବିମାନ ସେବା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦର ଜୟପୁରକୁ ଉଡ଼ିଛି ବିମାନ ।

ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇଛି ଇଣ୍ଡିଆ ଓ୍ବାନ ଏୟାର । ଏହି ଇଣ୍ଡିଆ ୱାନ ଏୟାର ବିମାନ ଏବେ ସପ୍ତାହକୁ ୬ଦିନ ଉଡାଣ ଭାରିବ। ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ୧ଟା ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୦୪୯ ଟଙ୍କା ରହିଛି, ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ । ବିମାନ ଉଡ଼ାଣ ପୂର୍ବରୁ ଗତକାଲି ଆଇନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଜୟପୁର ବିମାନ ବନ୍ଦରର ଅନୁଧ୍ୟାନ କରିଥିଲେ । ଖୁବଶୀଘ୍ର ଅଧିକ ଯାତ୍ରୀ ଯିବା ବିମାନ ଉପଲବ୍ଧ ହେବ । ଏଥିପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଅନ୍ୟପଟେ ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ ମିଳିଛି । ଏଥିଲାଗି ଡିଜିସିଏ ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ। ୱାଇଲ୍ଡ କପ ପୂର୍ବରୁ ଭୁବନେଶ୍ବର ରୁ ରାଉରକେଲାକୁ ବିମାନ ଚଳାଚଳ କରିବ। ଏହି ରୁଟରେ ଭୁବନେଶ୍ୱର ରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ନୂଆ ବର୍ଷ ରୁ ଭୁବନେଶ୍ବର ରୁ ଗୌହାଟୀକୁ ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏହି ବିମାନ ସପ୍ତାହକ ରେ ୪ ଦିନ ଉଡାଣ କରିବ । ରବିବାର ସୋମବାର ବୁଧବାର ଓ ଶୁକ୍ରବାର । ତେବେ କରୋନା ମହାମାରୀ କୁ ଦୃଷ୍ଟିରେ ରଖି ୨୦୨୦ ମସିହାରେ ଭୁବନେଶ୍ବରରୁ ଗୁଆହାଟିକୁ ବିମାନ ବନ୍ଦ ରହିଥିଲା।