କେନ୍ଦୁଝର : ଟ୍ରକ୍ ଭିତରୁ ଡ୍ରାଇଭରଙ୍କର ଗଳିତ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡ଼ି ଟୋଲଗେଟ୍ ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ଏନେଇ ଖବର ପାଇବା ପରେ ପୋଲିସ ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଛତିଶଗଡ଼ ଇମାମିରୁ ସାମଗ୍ରୀ ନେଇ ଖାଲି କରିବା ପରେ ଏହି ଟ୍ରକ୍ ଯୋଡ଼ା ଯାଉଥିଲା । ହେଲେ ତାଙ୍କ ଅନ୍ୟ ସାଥୀ ଡ୍ରାଇଭର୍ ମାନେ ତାଙ୍କୁ ଖୋଜି ଖୋଜି ଆସି ବନାଯୋଡ଼ି ଟୋଲଗେଟ୍ ନିକଟରେ ଠାବ କରିଥିଲେ । ତେବେ ଟ୍ରକରେ ଡ୍ରାଇଭର୍ କ୍ଷତାକ୍ତ ଅବସ୍ଥାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ମୃତ ଡ୍ରାଇଭର୍ ହେଉଛନ୍ତି ମଧ୍ୟପ୍ରଦେଶର ରାମ ନରେଶ । ହେଲେ ତାଙ୍କର ମୃତ୍ୟୁ ୩/୪ ଦିନ ପୂର୍ବରୁ ଘଟିଥିବା ଅନୁମାନ କରାଯାଉଛି । ଟ୍ରକ୍ ପାଖରେ ପଥର ପଡି ଥିବାରୁ କେହି ପଥରରେ ଛେଛି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।