ଫସଲ ବୀମା ଯୋଜନାରେ ରାଜ୍ୟକୁ ଅବହେଳା ଅଭିଯୋଗ; ରାଜଭବନ ସମେତ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗରେ ବିଜେଡିର ବିକ୍ଷୋଭ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାଜଭବନର ସମ୍ମୁଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରୁଛି ।

ଦଳ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଂଚିତ କରି ବୀମା କମ୍ପାନୀଗୁଡ଼ିକ ସମୟ ଗଡାଇ ଚାଲିଛନ୍ତି ।ଯେଉଁଥିପାଇଁ ରାଜ୍ୟର ଗରିବ ଚାଷୀମାନେ ୫ ଶହ କାଟି ଟଙ୍କାର ବକେୟା ବୀମା ରାଶି ନପାଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୨୮ରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏହାକୁ ପ୍ରତିବାଦ କରି ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି ।

ଅନ୍ୟପଟେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଆଜି ନବୀନ ନିବାସ ଘେରାଉ କରିବ ବିଜେପି । ବିଜେପି ବି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ଦାବି କରିଛି । ଦଳ ଦାବି କରିଛି ଯେ, ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ଓ ସଠିକ୍ ଢଙ୍ଗରେ ତଦନ୍ତ ହେଉ । ଏହା ସହିତ ଏହିସବୁ ମାମଲାରେ ନିଜ ଦଳର ନେତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିଜେଡି ଆଜି ଫଲଲ ବୀମା ପ୍ରସଙ୍ଗ ଉଠାଇଥିବା ବିଜେପି ଅଭିଯୋଗ କରିଛି ।

Related Posts