ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବରସୁଆଁ ନିକଟରେ ଘଟିଛି ଏକ ହତ୍ୟାକାଣ୍ଡ । ଜିନ୍ଦଲ ମ୍ୟାନେଜରଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜିନ୍ଦଲ ଗେଷ୍ଟ ହାଉସ୍‌ରେ ସେ ଏକୁଟିଆ ରହୁଥିଲେ । ଜିନ୍ଦଲ ଲଜିଷ୍ଟିକ୍‌ ମ୍ୟାନ୍‌ଜେର ମୋତି ରାମ୍‌ପାଲଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା । ଏହାପରେ ତୁରନ୍ତ କମ୍ପାନୀ କର୍ତ୍ତୃପକ୍ଷ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ତେବେ କେହି ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି ।