ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀର ଗାଡ଼ି ସୋରୁମ ଜଳେଶ୍ବର ମୋଟର୍ସରେ ଏକ ବଡ଼ ଧରଣର ଜିଏସଟି ରେଡ କରାଯାଉଥିବାର ଖବର ମିଳିଛି। ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଏହି ଚଢ଼ାଉ କରୁଥିବା ଜଣାଯାଇଛି। ଜଳେଶ୍ବର ମୋଟର୍ସର ପୁରୁଣା କାର ସୋରୁମରେ ଏହି ଚଢ଼ାଉ ଚାଲିଛି। ସୋରୁମ ଉପରେ କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ଆସିବା ପରେ କାଗଜପତ୍ର, ଫାଇଲ ଯାଞ୍ଚ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ଜିଏସଟି ଟିମ୍।
ଏଠାରେ ଏକକାଳୀନ ସେଣ୍ଟ୍ରାଲ ଜିଏସଟିର ୪ଟି ଟିମ ଚଢ଼ାଉ କରୁଥିବା ବେଳେ ୧୫ରୁ ଅଧିକ ଅଫିସର ଓ ବନ୍ଧୁକଧାରୀ ପୁଲିସ ଏଥିରେ ନିୟୋଜିତ ଥିବା ସୂଚନା ମିଳିଛିI
