ପୁରୀ : ଥରିଲା ଶ୍ରୀମନ୍ଦିର । ବୋମାମାଡରେ ଥରିଲା ଶ୍ରୀମନ୍ଦିର । ବୋମାମାଡ଼ କଲେ ଦୁର୍ବୃତ୍ତ। ପୁରୀ ଟାଉନଥାନା ଅର୍ନ୍ତଗତ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ବୋମାମାଡ ହୋଇଛି। ଲଗାତାର ଦୁଇଟି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ।
ତେବେ ଏହି ବୋମାମାଡ଼ର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଜଣେ ଦୁର୍ବୃତ୍ତକୁ ଟାଉନ ଥାନା ପୋଲିସ ଅଟକ ରଖିଥିବା ଥିବା ସୂଚନା ମିଳିଛି ।
କିଏ ଏବଂ କାହିଁକି ବୋମାମାଡ଼ କଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
