ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରିଟେନର ରାଜା କିଙ୍ଗସ ଚାର୍ଲସଙ୍କୁ ଅଣ୍ଡା ମାଡ । କିଙ୍ଗସ ଚାର୍ଲସଙ୍କ ଉପରକୁ ଜଣେ ବିକ୍ଷୋଭକାରୀ ଅଣ୍ଡା ଫୋପଡ଼ିଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ଉକ୍ତ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଯୁବକ ଜଣଙ୍କ କିଙ୍ଗସ ଚାର୍ଲସଙ୍କ ଉପରକୁ ମୋଟ ୩ଟି ଅଣ୍ଡା ଫୋପାଡିଥିଲେ ।
ସୂଚନା ଥାଉକି, ନିକଟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହୋଇଥିଲା ।ଏହା ପରେ ତାଙ୍କ ପୁଅ ତଥା କିଙ୍ଗସ୍ ଚାର୍ଲସ ରାଜା ହୋଇଛନ୍ତି । ତେବେ ବର୍ତ୍ତମାନ ରାଜା ଓ ରାଣୀ ନର୍ଦେନ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ଏହି ସମୟରେ ଉଭୟ ୟର୍କ ସହରରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ କାର୍ ଭିତରୁ ବାହାରି ଲୋକଙ୍କୁ ଭେଟୁଥିଲେ । ତେବେ ଏହି ସମୟରେ ସେ ଜଣେ ଯୁବକ ହଠାତ୍ ରାଜା ରାଣୀଙ୍କ ଉପରକୁ ଫୋପାଡିଥିଲେ ଅଣ୍ଡା ।
ଗୋଟିଏ ପରେ ଗୋଟିଏ ମୋଟ୍ ତିନୋଟି ଅଣ୍ଡା ଫିଙ୍ଗିଥିଲା । କିନ୍ତୁ ରାଜା ଏହାକୁ ନଦେଖିଲା ପରି ହାବଭାବ ଦେଖାଇଥିଲେ । ତେବେ ଯୁବକ ଜଣଙ୍କ କାହିଁକି ଏପରି କଲେ ତାହା ଜଣାପଡିନି ।
ସୂଚନାଯୋଗ୍ୟ ଯେ, ଏହପୂର୍ବରୁ ମଧ୍ୟ ବ୍ରିଟେନର ଏହି ରାଜ ପରିବାର ଅଣ୍ଡାମାଡର ଶିକାର ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ୧୯୯୫ ମସିହାରେ ରାଣୀ ଏଲିଜାବେଥଙ୍କୁ ମଧ୍ୟ ଏଭଳି ଘଟଣାର ଶିକାର ହେବାକୁ ପଡିଥିଲା । ନଟିଂହାମରେ ବିରୋଧ କରୁଥିବା କିଛି ଲୋକ ରାଣୀଙ୍କ କାରରେ ଅଣ୍ଡା ଫିଙ୍ଗିଥିଲେ ।
