ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାବରକରଙ୍କୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିବାଦ ଜାରି ରହିଛି। ଏହାରି ମଧ୍ୟରେ କଂଗ୍ରେସ ମହାରାଷ୍ଟ୍ର ୟୁନିଟ୍ ସଭାପତି ନାନା ପାଟୋଲେ ଶନିବାର କହିଛନ୍ତି ଯେ, ଯେଉଁ ବ୍ୟକ୍ତି ମାନେ ସାବରକରଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ପ୍ରଥମେ ଜବାବ୍ ଦିଅନ୍ତୁ କି ସାବରକରଙ୍କୁ ବ୍ରିଟିଶମାନଙ୍କଠାରୁ ୬୦ ଟଙ୍କା ପେନ୍ସନ୍ କାହିଁକି ମିଳୁଥିଲା।
ସୂଚନାଯୋଗ୍ୟ ଯେ, ‘ଭାରତ ଯୋଡ’ ସମୟରେ ମହାରାଷ୍ଟ୍ରରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ପାଇଁ ବିବାଦ ସୃଷ୍ଟି କରିଛି। ସେ ଦାବି କରିଛନ୍ତି ଯେ ସାବରକର ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ ଓ ଭୟଭୀତ ହୋଇ ତାଙ୍କୁ ଦୟା ଯାଚିକା ମଧ୍ୟ ଆବେଦନ କରିଥିଲେ।
ସାବରକରଙ୍କ ଉପରେ ଦେଇଥିବା ମନ୍ତବ୍ୟ ଓ ଏହାକୁ ନେଇ ଶିବସେନା ରଖିଥିବା ପକ୍ଷ ସମ୍ପର୍କରେ ପଚରାଯିବାରୁ ଏପରି ମନ୍ତବ୍ୟ ମହା ବିକାଶ ଆଗାଡି (ଏମଭିଏ) ମିଳିତ ମଞ୍ଚ ଉପରେ ପ୍ରଭାବ ପକାଇବ ବୋଲି ପାଟୋଲ କହିଛନ୍ତି। ଯେଉଁମାନେ ରାହୁଲ ଗାନ୍ଧିଙ୍କୁ ସାବରକରଙ୍କ ମନ୍ତବ୍ୟ ପାଇଁ ସମାଲୋଚନା କରିଛନ୍ତି ସେ ପ୍ରଥମେ ଏହାର ଉତ୍ତର ଦେବା ଉଚିତ୍। ସାବରକର ବ୍ରିଟିଶମାନଙ୍କଠାରୁ ୬୦ ଟଙ୍କା ପେନ୍ସନ୍ ପାଉଥିଲେ।
ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଭାରତ ଯୋଡ ଯାତ୍ରାକୁ ବହୁତ ସମର୍ଥନ ମିଳିଛି ଓ କଂଗ୍ରେସ ଏକଜୁଟ ଏବଂ ଶକ୍ତିଶାଳୀ। ତାଙ୍କ ଦଳ ଏକ ଆଦର୍ଶଗତ ଆଲୋଚନା ଚାହୁଁଛି ଏବଂ ଏହା ଲୋକଙ୍କୁ ଏକଜୁଟ କରିବାକୁ ଚାହୁଁଛି। ଅହିଂସା ଉପରେ କଂଗ୍ରେସ ବିଶ୍ୱାସ କରେ ବୋଲି ସେ କହିଛନ୍ତି ।





