ମହାନଦୀ ଜଳ ବିବାଦ ମାମଲା; ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି, ଜାନୁଆରୀ ୭କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାନଦୀ ଜଳ ବିବାଦ ମାମଲା ନେଇ ଆଜି ଟ୍ରିବ୍ୟୁନାଲରେ ହେବାକୁ ଥିବା ଶୁଣାଣି ପୁଣି ଘିଞ୍ଚିଛି। ପରବର୍ତ୍ତୀ ଶୁଣାଣି ୨୦୨୩ ଜାନୁଆରୀ ୭ରେ ହେବ ବୋଲି ସୂଚନା ମିଳିଛି । ବୈଷୟିକ ଦଳ ଏବଂ ଉଭୟ ପକ୍ଷଙ୍କ ଭିତରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି । ବାକି କିଛି ପ୍ରସଙ୍ଗରେ ସହମତି ମଧ୍ୟ ହେଇପାରିନାହିଁ । ତେଣୁ ଆଗାମୀ ଶୁଣାଣୀ ପର୍ଯ୍ୟନ୍ତ ଦୁଇ ରାଜ୍ୟର ଟିମଙ୍କ ମଧ୍ୟରେ ଅନଲାଇନ ବୈଠକ ଜାରି ରଖିବେ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ମହାନଦୀର ତଳ ଅବବାହିକା ନେଇ ଦୁଇ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇନାହିଁ।

ସେହିପରି କମନ୍‌ ଇନ୍‌ଫୋରମେସନ ଫର୍ମାଟ ଏବେ ଯାଏ ଫାଇନାଲ ହେଇପାରିନାହିଁ । ମହାନଦୀର ୧୪ଟି ଉପବାହିକାରୁ ୧୨ଟି ଉପ-ଅବବାହିକା ନେଇ ପରିସୀମା ନିର୍ଦ୍ଧାରଣ ହେଇପାରିନାହିଁ । ବାକି ରହିଥିବା ବୈଷୟିକ ଅସଙ୍ଗତି ବିଷୟ ଚୁଡାନ୍ତ ପରେ ଟ୍ରିବ୍ୟୁନାଲରେ ଟ୍ରାଏଲ୍‌ ଆରମ୍ଭ ହେବାର ସମ୍ଭାବନା ରହିଛି । ତେଣୁ ଆଗାମୀ ଶୁଣାଣିରେ ଟ୍ରିବ୍ୟୁନାଲ ଅବବାହିକା ଅଞ୍ଚଳ ପରିଦର୍ଶନ ଉପରେ ନିଷ୍ପତ୍ତି ନେବେ।

Related Posts