ନୀତିନ ଗଡକରୀ କଂଗ୍ରେସରେ ଯୋଗ ଦେବାକୁ ଚାହିଁଲେ ଆମେ ତାଙ୍କୁ ସ୍ବାଗତ କରିବୁ: ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଜର ସ୍ପଷ୍ଟ ବୟାନ ଓ ନିଆରା ଅନ୍ଦାଜ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ତାଙ୍କର ସ୍ପଷ୍ଟ ମତ ବେଳେବେଳେ ଲୋକଙ୍କୁ ଭାବିବାକୁ ବାଧ୍ୟ କରେ ଯେ ଗଡକରୀ ନିଜ ଦଳ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ହେଲେ ଏବେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୁଲେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ।ନାନା ପଟୁଲେ କହିଛନ୍ତି ଯେ, ଗଡକରୀ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି , ସେଠାରେ ତାଙ୍କର ସ୍ଥିତି ଭଲ ନାହିଁ । ଏହା ସହିତ ତାଙ୍କୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ନାନା ପଟୁଲେ । ସେ କହିଛନ୍ତି କି ଗଡକରୀ ଯଦି କଂଗ୍ରେସରେ ଯୋଗ ଦେବାକୁ ଚାହିଁବେ ତେବେ ଆମେ ତାଙ୍କୁ ସମର୍ଥନ କରିବୁ ।

ନାନା ପଟୁଲେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ କହିଛନ୍ତି ଯେ, କଂଗ୍ରେସ ଏକ ଲୋକତାନ୍ତ୍ରିକ ଦଳ । ଏଥିରେ ପଦାଧିକାରୀଙ୍କ ଠାରୁ ନେଇ ନେତା ପର୍ଯ୍ୟନ୍ତ ସମସ୍ତଙ୍କର କହିବାର ଅଧିକାର ରହିଛି । ହେଲେ ବିଜେପିରେ ଲୋକତନ୍ତ୍ର ନାହିଁ । ଏହି କାରଣରୁ ସେଠାରେ ଗଡକରୀଙ୍କ ସ୍ଥିତି ଭଲ ନଥିବା କଥା କହିଛନ୍ତି ନାନା । ସେ ଆହୁରି କହିଛନ୍ତି ଯେ, ନୀତିନ ଗଡକରୀ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ହେଲେ ସେ ଯଦି ଆମ ସହିତ ଆସିବାକୁ ଚାହିଁବେ ଆମେ ତାଙ୍କୁ ସ୍ୱାଗତ କରିବୁ । ଏନେଇ ନାନା ଖୁବଶୀଘ୍ର ଗଡକରୀଙ୍କୁ ଭେଟିବେ ବୋଲି କହିଛନ୍ତି ।

Related Posts