ନିଶାଦ୍ରବ୍ୟ ସେବନ ଅଭିଯୋଗରେ ଗତ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡକାଟ କଲା ସାଉଦି ଆରବ

ରିୟାଦ୍ : ନିଶାଦ୍ରବ୍ୟ ସେବନ ଅଭିଯୋଗରେ ସାଉଦି ଆରବର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡକାଟ କରିଛି ସାଉଦି ଆରବ । ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ, ୪ ଜଣ ସିରିୟା ନାଗରିକ, ୨ ଜଣ ଜୋର୍ଡାନ ନାଗରିକ ଓ ୩ ଜଣ ସାଉଦି ନାଗରିକ ବୋଲି । ଏହି ୧୨ ଜଣକୁ ମିଶାଇ ଚଳିତ ବର୍ଷ ସାଉଦି ଆରବରେ ମୋଟ ୧୩୨ ଜଣଙ୍କ ମୁଣ୍ଡକାଟ କରାଯାଇସାରିଲାଣି ବୋଲି ଏକ ମାନବାଧିକାର ସଂଗଠନ କହିଛି ।

ସାଉଦି ଆରବରେ ବିଭିନ୍ନ ଗୁରୁତର ଅପରାଧ ପାଇଁ ମୁଣ୍ଡକାଟ କରି ମୃତ୍ୟୁଦଣ୍ଡ ଦିଆଯାଇଥାଏ । ମୁଣ୍ଡକାଟ ସାଧାରଣତଃ ଖଣ୍ଡା ମାଧ୍ୟମରେ କରାଯାଇଥାଏ ।

କିଛି ବର୍ଷ ତଳେ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନ କହିଥିଲେ ଯେ, ତାଙ୍କ ଦେଶରେ ମୃତ୍ୟୁଦଣ୍ଡକୁ ସୀମିତ କରାଯିବ । କେବଳ ହତ୍ୟା, ଆତଙ୍କବାଦୀ ପରି ଜଘନ୍ୟ ଅପରାଧ ପାଇଁ ଏହି ଦଣ୍ଡ ଦିଆଯିବ । ନିଶାସେବନ ଓ ଅନ୍ୟ ସାଧାରଣ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ ବୋଲି ସେ କହିଥିଲେ ।

ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟା ମାମଲାରେ ସାରା ବିଶ୍ବରେ ସମାଲୋଚିତ ହେବା ପରେ ସଲମାନ ଏହା କହିଥିଲେ । କିନ୍ତୁ ସାଉଦି ଆରବରେ ମୃତ୍ୟୁଦଣ୍ଡ କମିବ କଣ, ବରଂ ବଢିଚାଲିଛି । ଏବର୍ଷ ଦିଆଯାଇଥିବା ମୃତ୍ୟୁଦଣ୍ଡ ସଂଖ୍ୟା ୨୦୨୦ ଓ ୨୦୨୧କୁ ବି ଟପିଯାଇଛି ଓ ଆହୁରି ଗୋଟିଏ ମାସ ବାକି ରହିଛି । ଏଣୁ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

Related Posts