ଦେବଗଡ : ଦେବଗଡ଼ ତିଲେଇବଣୀ ଗାଁରେ ଘଟିଛି ଏକ ଅଘଟଣ । ଶଗଡ ଗାଡ଼ି ଉପରେ ଧାନ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି । ଫଳରେ ଘଟଣାସ୍ଥଳରେ ଶଗଡରେ ଯାଉଥିବା ସ୍ବାମୀ ଓ ସ୍ତ୍ରୀ ଙ୍କ ମୃତ ଘଟିଥିବା ସୂଚନା ମିଳିଛି । ମୃତକ ହେଲେ ଶରତ ସାହୁ ଓ ତାଙ୍କ ସ୍ତ୍ରୀ । ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ସୂଚନା । ଘଟଣାସ୍ଥଳରେ ଉତ୍ତେଜନା । ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣୀ ଠାରେ ଘଟିଛି ଦୁର୍ଘଟଣା।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଦେବଗଡ଼ ତିଲେଇବଣୀ ଗାଁ ନିକଟରେ ଘଟିଲା ଅଘଟଣ । ୪୯ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ ଗାଡି ଉପରେ ଓଲଟିପଡିଛି ଶଗତ ଗାଡି । ଯାହାଫଳରେ ଶଗଡ଼ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ସେମାନଙ୍କ ପରିଚୟ ମିଳିଛି । ଏପିରିକି ଏହି ଦୁର୍ଘଟଣାରେ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଛି
