ଦେବଗଡରେ ହାତୀ ଆତଙ୍କ: ଜମିକୁ ଘାସ ବାଛିବାକୁ ଯାଉଥିବା ବେଳେ ମହିଳାଙ୍କୁ କଚାଡି ମାରିଲା ହାତୀ

ଦେବଗଡ : ଦେବଗଡରେ ମାତିଛନ୍ତି ହାତୀ । ଫଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ବସାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଲକାଠ ଗ୍ରାମ ନିକଟସ୍ଥ ଫଟାଟାଙ୍ଗର ଅଞ୍ଚଳର ୬୦ବର୍ଷ ବୟସ୍କା ଜସ୍ମିନ କୁଜୁର ।

ଜମିକୁ ଘାସ ବାଛିବାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ଗୋଟିଏ ଦନ୍ତା ହାତୀ କଚାଡି ମାରି ଦେଇଥିବା ଅଭିଯୋଗ । ସୂଚନା ଥାଉ କି ଗତ କିଛିଦିନ ହେବ ଏହି ଅଞ୍ଚଳରେ ବ୍ୟାପକ ଉପଦ୍ରବ କରୁଛନ୍ତି ହାତୀପଲ । ଧାନ ଫସଲ ନଷ୍ଟକରିବା ସହ ଘର ଭାଙ୍ଗୁଛନ୍ତି । ଫଳରେ ଲୋକଙ୍କ ଧନଜୀବନ ବି ନଷ୍ଟ ହେଉଛି ।

Related Posts