ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ ହୋଇଥିବା ସୂଚନା । ଏହି ଗୁଳିମାଡରେ ନିହତ ହୋଇଥିବା ୨ ଜଣ ମହିଳା ମାଓବାଦୀ ବୋଲି ସୂଚନା ରହିଛି । ଏହା ପରେ ଘଟଣା ସ୍ଥଳରେ କମ୍ବିଂକୁ ଜୋରଦାର କରାଯାଇଛି ।
ସୂଚନା ଅନୁସାରେ, ଗନ୍ଧମାର୍ଦ୍ଦନ ପାହାଡରେ ମାଓ ଗତିବିଧି ନେଇ ମିଳିଥିଲା ସୂଚନା । ଫଳରେ ଏହାର ଫାଇଦା ନେଇ ପୋଲିସ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା ।ଏହି ଚଢାଉରେ ପୋଲିସ ମାଓବାଦୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଯାହାର ଜବାବରେ ମାଓବାଦୀ ମଧ୍ୟ ପାଲଟା ଗୁଳିମାଡ କରିଛନ୍ତି । ଏବେ ୨ଜଣ ନକ୍ସଲ ନିହତ ଖବର ମିଳିଥିବା ବେଳେ ସେଠାରେ ଗୁଳିବିନିମୟ ଲାଗି ରହିଛି ।
