ନୂଆପଡା : ନୂଆପଡାରେ ଜଙ୍ଗଲୀ ଭାଲୁ ଆତଙ୍କ । ଜଙ୍ଗଲରୁ ଭାଲୁ ଆସି ଏବେ ଗାଁ ରେ ପଶି ଆତଙ୍କ ସୃଷ୍ଟି କରିଛି । ଗାଁରେ ପଶି ଆତଙ୍କ ସୃଷ୍ଟି କରିବାରୁ ଭୟରେ ଛାତ ଉପରେ ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ନୂଆପଡା ରେଞ୍ଜ ଗୋଡଫୁଲା ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଗୋଡଫୁଲା ଗାଁର ଜଗନ୍ନାଥ ମାଝୀଙ୍କ ଘରେ ଭାଲୁ ପଶିଯାଇଛି । ତେବେ ଭାଲୁ ପଶିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଘରେ ନରହି ଛାତ ଉପରେ ବସି ରହିଛନ୍ତି । ଏହାସହ ଆଖପାଖ ଲୋକ ବି ଭୟରେ ଅଛନ୍ତି ।