ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଏହି ତଦନ୍ତର ଧାରା ଯେତେ ଆଗକୁ ବଢୁଛି ସେତେ ଅଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି। ଏହି କ୍ରମରେ ଆଜି ଇଡି ରେ ହଜାର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର। ବର୍ତ୍ତମାନ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନକୁ ପଚରାଉଚୁରା କରୁଛି ଇଡି । ଚନ୍ଦନ ନିକଟରୁ ଅର୍ଚ୍ଚନାଙ୍କ ବିଷୟରେ ଅନେକ ତଥ୍ୟ ହାସଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
କିଏ ଆସୁଥିଲା ଅର୍ଚ୍ଚନାଙ୍କ ପାଖକୁ, କାହା ସହ ହେଉଥିଲା ଅର୍ଚ୍ଚନାଙ୍କ ଭେଟ। କେଉଁ ମାନଙ୍କୁ ଜାଣିଛନ୍ତି ଡ୍ରାଇଭର ଚନ୍ଦନ, ଡ୍ରାଇଭରଙ୍କ ଜରିଆରେ କେଉଁ ବେଆଇନ କାମ କରୁଥିଲେ ଅର୍ଚ୍ଚନା ଓ ଜଗବନ୍ଧୁ । ଘନିଷ୍ଠ ଡ୍ରାଇଭର ଅର୍ଚ୍ଚନାଙ୍କ କେଉଁ ରାଜ ଜାଣିଛନ୍ତି, ସେନେଇ ଡ୍ରାଇଭର ଚନ୍ଦନକୁ ଜେରା କରୁଛି ଇଡି ।
କୁହାଯାଉଛି ଡ୍ରାଇଭର ହିଁ ମୁଖ୍ୟ ସାକ୍ଷୀ, ଯେ କି ଅର୍ଚ୍ଚନା କେଉଁ ହେବିଓ୍ବେଟଙ୍କ ପାଖକୁ ଯାଉଥିଲେ, ଏଥି ସହ ବ୍ଲାକମେଲିଂ ପାଇଁ ଡିଲ କରିବାକୁ ଅର୍ଚ୍ଚନା କେଉଁ ହୋଟେଲକୁ ଯାଉଥିଲେ ଏବଂ କେଉଁଠାରେ ଭେଟଘାଟ ହୋଇଥିଲା ସେନେଇ ଡ୍ରାଇଭର ପାଖରେ ରହିଥାଇ ପାରେ ସମସ୍ତ ତଥ୍ୟ । ସେହିପରି ଅର୍ଚ୍ଚନାଙ୍କୁ ଠୁ କିଭଳି ଦରମା ନେଉଥିଲେ ଡ୍ରାଇଭର ଚନ୍ଦନ, ଡ୍ରାଇଭର ଜରିଆର ଅର୍ଚ୍ଚନା କଣ ସବୁ ଆର୍ଥିକ କାରବାର କରିଥିଲେ ସେ ସବୁର ତଥ୍ୟ ଆଦାୟ କରୁଛି ଇଡି ।
କାରଣ ଆଗକୁ ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ ଆସିବେ, ତା ପୂର୍ବରୁ ସେମାନଙ୍କ କାରବାରର ସମ୍ପର୍କରେ ଜାଣିବା ଇଡି ପାଇଁ ଗୁରୁତ୍ଵପୂର୍ଣ । ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ସହ ମଧ୍ୟ ସାମ୍ନା ସାମ୍ନି ଜେରା କରାଯିବ । କାରଣ ଶ୍ରଦ୍ଧାଞ୍ଜଳି ଦେଇଥିବା ତଥ୍ୟକୁ ଭେରିଫାଏ ପାଇଁ ଡ୍ରାଇଭରକୁ ପଚାଉଚୁରା କରୁଛି ଇଡି । ଡ୍ରାଇଭର ଚନ୍ଦନ ଅର୍ଚ୍ଚନା କେଳେଙ୍କାରୀ ବିଷୟରେ କେତେ ସତ କେତେ ମିଛ ଜାଣିଛି ତାକୁ କ୍ରସ ଚେକ କରୁଛି ଇଡି ।
