ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରଲୋକରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଝରଣା କିଛି ଦିନ ହେବ ଅସୁସ୍ଥ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା।
ତେବେ ୬୦ ଦଶକର ଓଡ଼ିଆ ସିନେମାରେ ଝରଣା ଆଗଧାଡ଼ିର ଅଭିନେତ୍ରୀ ଥିଲେ। ତାଙ୍କୁ ଦେଖିବା ପାଇଁ ଅନେକ ଦର୍ଶକଙ୍କ ଭିଡ଼ ଜମୁଥିଲା। ଝରଣାଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ଟାଣି ନେଉଥିଲା। ରେଡିଓରେ ସଂଳାପ ମାଧ୍ୟମରେ ସେ ବେଶ ପରିଚିତ ହୋଇଥିଲେ। ସେ ଅଲ୍ ଇଣ୍ଡିଆରେ ରେଡିଓ ଓ ଦୂରଦର୍ଶନରେ କାମ କରିଛନ୍ତି। ଝରଣା ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ‘ଅମଡ଼ା ବାଟ’, ‘ମଲା ଜହ୍ନ’ ଓ ‘ଅଦିନ ମେଘ’ରେ ଫିଲ୍ମରେ ସେ ଅଭିନୟ କରିଥିଲେ।
