ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ଚାଷୀ ସମସ୍ୟାକୁ ନେଇ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ହାତରେ ପୋଷ୍ଟର ଧରି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ବିଜେପି ସଦସ୍ୟ । ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇବାକୁ ବାଚସ୍ପତି କହିଥିଲେ ମଧ୍ୟ ଏହାକୁ ଶୁଣିନଥିଲେ ବିରୋଧୀ ବିଜେପି ସଦସ୍ୟ । ଫଳରେ ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚଳିତ ବିଧାନସଭା ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହଲ୍ଲା କାରଣରୁ ସୁରୁଖୁରରେ ଚାଲି ପାରୁନି ଗୃହକାର୍ଯ୍ୟ । ବାରମ୍ବାର ମୁଲତବି ଫଳରେ ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନାହିଁ ।
ତେବେ ଏହାପୂର୍ବରୁ ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । କିନ୍ତୁ ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଫଳରେ ଗୃହକାର୍ଯ୍ୟ ଏଯାବତ୍ ସ୍ୱାଭାବିକ ହୋଇପାରୁନି । ମନ୍ତ୍ରୀ କୁଆଡେ ଗଲେ ବୋଲି ପ୍ରଶ୍ନ କରୁଛି ବିରୋଧୀ ବିଜେପି । ଇନପୁଟ୍ ସବସିଡି କୁଆଡେ ଗଲା ବୋଲି ବିରୋଧୀ ବିଜେପି ପ୍ରଶ୍ନ କରିଛି ।
