ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା; ଆହତ ଯୋଗୁ ବାଦ୍ ପଡିଲେ ସାମି, ଦଳରେ ସାମିଲ ହେଲେ ଉମ୍ରାନ୍ ମଲ୍ଲିକ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଦଳରୁ ବାଦ୍ ପଡ଼ିଲେ ପେସ୍ ବୋଲର ମହମ୍ମଦ ସାମି । ଆହତ ଯୋଗୁ ଦିନିକିଆ ଓ ଟେଷ୍ଟ ସିରିଜ୍ରୁ ବାହାରିଯାଇଛନ୍ତି ସାମି । ହାତରେ ଆଘାତ ଲଗିଥିବାରୁ ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ସ୍ଥାନରେ ପେସ୍ ବୋଲର ଉମ୍ରାନ୍ ମଲ୍ଲିକ୍ ଙ୍କୁ ଦଳରେ ସୁଯୋଗ ମିଳିଛି ।

ତେବେ ଆସନ୍ତା ଶୁକ୍ରବାର ଠାରୁ ବାଂଲାଦେଶ-ଭାରତ ଦିନିକିଆ ସିରିଜ୍ ଆରମ୍ଭ ହେବ। ଭାରତ ଏହି ଗସ୍ତ ସମୟରେ ୩ଟି ଓ୍ବାନଡେ ସହିତ ୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ । ହେଲେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ବଢିଛି । ଟିମ୍‌ରୁ ବାହାର ହୋଇଯାଇଛନ୍ତି ପେସ୍ ବୋଲର ମହମ୍ମଦ ସାମି । ହାତରେ ଆହାତ ଯୋଗୁ ଟିମ୍ରୁ ବାଦ୍ ପଡ଼ିଛନ୍ତି ଏହି ଅନୁଭବୀ ବୋଲର । ମହମ୍ମଦ ସାମି ଉଭୟ ଓ୍ବେନଡେ’ ଓ ଟେଷ୍ଟ ଟିମ୍ ରୁ ବାହାର ହୋଇଯାଇଛନ୍ତି । ସେପଟେ ସାମିଙ୍କ ସ୍ଥାନରେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକକୁ ଓ୍ବେନଡେ ଦଳରେ ସୁଯୋଗ ଦେଇଛି ବିସିସିଆଇ ।

ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ପରେ ଟ୍ରେନିଂ ସମୟରେ ଆହତ ହୋଇଥିଲେ ସାମି । ପୂର୍ବରୁ ଦଳରେ ମହମ୍ମଦ ସିରାଜ୍, ଦୀପକ ଚହର, ସର୍ଦୁଲ ଠାକୁର ଓ କୁଲଦୀପ ସେନ୍ ଆଦି ପେସ୍ ବୋଲର ରହିଛନ୍ତି । ସାମିଙ୍କ ସ୍ଥାନରେ ଉମ୍ରାନ ସାମିଲ ହେବା ପରେ ଦଳ ଆହୁରି ମଜବୁତ ହୋଇଛି ।

ବାଂଲାଦେଶ ବିରୋଧରେ ଡିସେମ୍ବର ୪ତାରିଖରେ ଢାକାରେ ଖେଳାଯିବ ପ୍ରଥମ ଓ୍ବାନଡେ ମ୍ୟାଚ୍ । ୭ତାରିଖରେ ଦ୍ବିତୀୟ ମ୍ୟାଚ୍ ଓ ୧୦ରେ ତୃତୀୟ ଦିନିକିଆ ଖେଳାଯିବ । ଏହା ପରେ ଡିସେମ୍ବର ୧୪ତାରିଖରୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ସେହିପରି ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

Related Posts