ନୂଆଦିଲ୍ଲୀ: ଭାରତରେ ତିଆରି ହେବ ଅଧିକରୁ ଅଧିକ ଡ୍ରୋନ୍ । ତେବେ ଏନେଇ ଡ୍ରୋନ୍ ଉଦ୍ୟୋଗକୁ ପ୍ରୋତ୍ସାହନ କରାଯିବ । ଏନେଇ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଡ୍ରୋନ୍ ଉଦ୍ୟେଗର ପ୍ରୋତ୍ସହାନ ପାଇଁ ପିଏଲ୍‌ଆଇ(ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସହାନ ରାଶି) ଯୋଜନା ଲାଗୁ କରିବାକୁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି।

ଏହି ଗାଇଡ୍‌ଲାଇନ୍‌ରେ ସଂଜ୍ଞା, ଯୋଗ୍ୟତା, ଏବଂ ଆବେଦନ ଯୋଗ୍ୟତା ଏବଂ ଅନଲାଇନ ପ୍ରୋର୍ଟାଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି(ପିଏମ୍‌ଏ)। ସେକ୍ରେଟେରୀ ଗ୍ରୁପର ସଶକ୍ତିକରଣ ଏବଂ ଦକ୍ଷ କର୍ତ୍ତୃପକ୍ଷ ଆଦି ଦିଗରେ କଭର କରାଯାଇଛି।

ବିକାଶ ଓ ଗବେଷଣା ପାଇଁ ଭାରତକୁ ବୈଶ୍ୱିକ ପ୍ରାଣକେନ୍ଦ୍ରରେ ପରିଣତ କରିବା, ପରୀକ୍ଷଣ, ନିର୍ମାଣ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଡ୍ରୋନ୍ ଅପରେସନ, ଡ୍ରୋନ୍‌ ନିୟମର ଉଦାରୀକରଣ, ୨୦୨୧ରେ ଜାରି କରାଯାଇଥିଲା। ଡ୍ରୋନ୍ ତିଆରି ପାଇଁ ଭାରତରେ ଆବଶ୍ୟକୀୟ ଢାଞ୍ଚା ତିଆରି କରିବା ଏହାର ଉଦ୍ଦେଶ୍ୟ ଥିଲା। ଯୋଜନାକୁ ଲାଗୁ କରିବା ପାଇଁ ୨୦୨୨-୨୩ ଓ ୨୪-୨୫ ପାଇଁ ୧୨୦ କୋଟିର ବ୍ୟୟବରାଦ ହୋଇଛି।