ଭୋଟ ଦେବା ନେଇ ଗୁଜରାଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ମାଙ୍କୁ ଭେଟି ନେଲେ ଆଶୀର୍ବାଦ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଚାଲିଛି ମତଦାନ ପକ୍ରିୟା । ତେବେ ଗତକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ମତଦାନ ସାବ୍ୟସ୍ତ କରିବା ପାଇଁ ଆଜି ଗୁଜରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ପହଞ୍ଚି ମା’ ହୀର‌ାବେନଙ୍କ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମତଦାନ ପାଇଁ ସମସ୍ତ ପ୍ରଚାର କାମ ଶେଷ କରି ପ୍ରଧାନମନ୍ତ୍ରୀ ଘରକୁ ଯିବା ସହ ମା’ଙ୍କ ସହ କିଛି ସମୟ କଟାଇଥିବା ଦେଖିବାକୁ ମିଳିଛି। ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି।

ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କ ଆଶୀର୍ବାଦ ନେବା ସହ ତାଙ୍କ ସହିତ ବସି ଚା’ ପିଉଛନ୍ତି। “ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଅହମଦାବାଦର ରାଣିପ ମତଦାନ ବୁଥରେ ଭୋଟ୍ ଦେବେ। ଟ୍ରାଫିକ ପାଇଁ ବିକଳ୍ପ ମାର୍ଗ ଯୋଜନା କରାଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀମାନେ ଷ୍ଟାଣ୍ଡବାଇରେ ରହିବେ। ଜରୁରୀକାଳୀନ ସ୍ଥାନାନ୍ତର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି” ବୋଲି ଅହମଦାବାଦ ମ୍ୟୁନିସିପାଲ କର୍ପୋରେସନର ମୁଖ୍ୟ ଅଗ୍ନିଶମ ଅଧିକାରୀ ଅନିରୁଦ୍ଧ ଗଡଭି କହିଛନ୍ତି।

ତେବେ ଗୁଜରାଟରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ କରିବାକୁ ସ୍ଥିର କରିଥିଲେ ନିର୍ବାଚନ କମିସନ। ଡିସେମ୍ବର ୧ ଏବଂ ଡିସେମ୍ବର ୫ରେ ଭୋଟ ଗ୍ରହଣ ହେବ ବୋଲି କୁହାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୮୨ଟି ଆସନ ମଧ୍ୟରୁ ୮୯ଟି ଆସ‌ନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଅବଶିଷ୍ଟ ୯୩ଟି ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ଏହା ସହ ଭୋଟ ଗଣନା ଡିସେମ୍ବର ୮ରେ ହେବ ।

Related Posts