ପ୍ରଥମ ଭାରତୀୟ ‌କ୍ରିକେଟର୍‌ ଭାବେ ୫୦୦ ଛକା ମାରି ଗୌରବ ଅର୍ଜନ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ନୂଆ ରେକର୍ଡ ସୃଷ୍ଟି କରିବା ସହ ପ୍ରଥମ ଭାରତୀୟ ‌କ୍ରିକେଟର୍‌ ଭାବେ ୫୦୦ ଛକା ମାରିବାର ଗୌରବ ଅର୍ଜନ କରିଛନ୍ତି ଭାରତୀୟ ‌କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା । ବୁଧବାର ଦିନ ଆନ୍ତର୍ଜାତିକ କ୍ରିକେଟ୍‌ରେ ସେ ନିଜ ନାଁରେ ଏହି ସଫଳତାକୁ ସାମିଲ କରିଛନ୍ତି ।

ଏଭଳି ଗୌରବ ଅର୍ଜନ କରିବାରେ ସେ ହେଉଛନ୍ତି ବିଶ୍ବରେ ଦ୍ବିତୀୟ କ୍ରିକେଟ୍‌ ଖେଳାଳି। ସୂଚନାଯୋଗ୍ୟ, ୪୮୩ଟି ମ୍ୟାଚ୍‌ ଖେଳି ୱେଷ୍ଟ୍‌ଇଣ୍ଡିଜ୍‌ ଖେଳାଳି କ୍ରିସ୍‌ ଗେଏଲି ସର୍ବାଧିକ ୫୫୩ଟି ଛକା ମାରି ଶ୍ରେଷ୍ଠତା ବଜାୟ ରଖିଛନ୍ତି।

ବୁଧବାର ଦିନ ବାଂଲାଦେଶର ଢାକାରେ ଅନୁଷ୍ଠିତ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରେ ରୋହିତ ଏହି ଗୌରବର ଅଧିକାରୀ ହୋଇଛନ୍ତି। ଅବଶ୍ୟ ଏହି ମ୍ୟାଚ୍‌ରେ ବାଂଲାଦେଶ ୫ ରନ୍‌ରେ ଭାରତକୁ ପରାସ୍ତ କରିଛି।

‘ସ୍ଲିପ୍‌ସ୍‌’ରେ ଫିଲ୍‌ଡିଙ୍ଗ୍‌ କରିବା ବେଳେ ବୃଦ୍ଧାଙ୍ଗୁଷ୍ଠିରେ ଆଘାତ ପାଇଥିବା ରୋହିତ ୯ ନମ୍ବର ଖେଳାଳି ଭାବେ ବ୍ୟାଟିଙ୍ଗ୍‌ କରିବାକୁ ଆସିଥିଲେ। ମାତ୍ର ୨୮ଟି ବଲ୍‌ ଖେଳି ସେ ୫୧ ରନ୍‌ କରିଥିଲେ। ଏଥିରେ ସେ ୩ଟି ଚୌକା ଓ ୫ଟି ଛକା ମାରିଥିଲେ।

ଭାରତ-ବାଂଲାଦେଶ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆରେ ୫ଟି ଛକା ମାରିବା ପରେ ସମୁଦାୟ ୫୦୨ଟି ଛକ ହାସଲ କରି ରୋହିତ ଆନ୍ତର୍ଜାତିକ କ୍ରିକେଟ୍‌ରେ ଏହି ବିରଳ ‌କୃତ୍ବିତ୍ବ ଅର୍ଜନ କରିବାକୁ ସମର୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ଅଲ୍‌-ରାଉଣ୍ଡର୍‌ ଶାହିଦ ଅଫ୍ରିଦ୍‌ ୪୭୬, ନିଉଜିଲାଣ୍ଡ୍‌ର ପୂର୍ବତନ ଅଧିନାୟକ ବ୍ରିଣ୍ଡନ୍‌ ମ୍ୟାକ୍‌କଲମ୍‌ ୩୯୮ଏବଂ ନିଉଜିଲାଣ୍ଡ୍‌ ଓପନେର୍‌ ମାର୍ଟିନ୍‌ ଗପ୍‌ଟିଲ୍‌ ୩୮୩ଟି ଛକା ମାରି ତାଲିକାରେ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି।

Related Posts