ଭାରତ-ବାଂଲାଦେଶ ତୃତୀୟ ଦିନିକିଆ; ୨୨୭ ରନ୍‌ର ବିଶାଳ ବ୍ୟବଧାନରେ ଜିତିଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ବିଶାଳ ସ୍କୋର ଆଗରେ ହାର ମାନିଲା ବାଂଲାଦେଶ ଦଳ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ ବିଜୟୀ ହୋଇଥିବା ଘରୋଇ ବାଂଲାଦେଶକୁ ଆଜି ଟିମ୍‌ ଇଣ୍ଡିଆ ୨୨୭ ରନ୍‌ର ବଡ ବ୍ୟବଧାନରେ ହରାଇ ପ୍ରତିଶୋଧ ନେଇଛି । ଏହା ସହ ବାଂଲାଦେଶ ଦିନିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଛି । ତେବେ ତୃତୀୟ ତଥା ଶେଷ ଦନିକିଆ ମ୍ୟାଚ୍‌ ଜିତି ଭାରତୀୟ ଦଳ ତାର ସମ୍ମାନ ରକ୍ଷା କରି ପାରିଛି ।ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୪୦୯ ରନ୍‌ କରିଥିଲା । ଜବାବରେ ବାଂଲାଦେଶ ୩୪ ଓଭର ଖେଳି ସମସ୍ତ ଓ୍ଵିକେଟ୍‌ ହରାଇ ୧୮୨ ରନ୍‌ ହିଁ କରି ପାରିଛି ।

ଇଶାନ କିଷନଙ୍କ ଦ୍ୱିଶତକ ଓ ବିରାଟ କୋହଲିଙ୍କ ଶତକ ପରେ ଭାରତୀୟ ବୋଲରମାନେ ପୂରା ଉତ୍ସାହର ସହ ବୋଲିଂ କରିଥିଲେ । ସମସ୍ତେ ଭାଗବାଣ୍ଟ କରି ଓ୍ଵିକେଟ୍‌ ନେବା ସହ ବାଂଲାଦେଶକୁ ଅଲ୍‌ଆଉଟ୍‌ କରି ଦେଇଥିଲେ ।
ବାଂଲାଦେଶ ତରଫରୁ ଲିଟନ ଦାସ ୨୯, ସକିବ ଅଲ ହାସନ ୪୩, ୟାସିର ଅଲି ୨୫ ଏବଂ ମହମ୍ମଦୁଲ୍ଲା ୨୦ ରନ୍‌ କରିଥିଲେ । ସେହିପରି ଶେଷ ଯୋଡ଼ି ମଧ୍ୟ କିଛି ସମୟ ଲଢ଼େଇ କରିଥିଲେ । ତେବେ ଅନ୍ୟ ବ୍ୟାଟରମାନେ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଏବଂ ଅକ୍ଷର ପଟେଲ ଓ ଉମରାନ ମଲ୍ଲିକ ୨ଟି ଲେଖାଏଁ ସଫଳତା ପାଇଥିଲେ ।

Related Posts