ପୁଣେ: ବିଜେପି ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପରେ କାଳିମାଡ଼ ହୋଇଛି। ଜଣେ ଯୁବକ ତାଙ୍କ ଉପରେ କାଳି ମାଡ଼ କରିଛି । ତେବେ ଏହି ଘଟଣାରେ ୧୦ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ପିମ୍ପରି ଚିଞ୍ଚିୱାଡ ପୁଲିସ କମିଶନର ଅଙ୍କୁଶ ଶିନ୍ଦେ ୧୦ ପୁଲିସ କର୍ମୀଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା ଅଭିଯୋଗରେ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ଅଙ୍କୁଶ କହିଛନ୍ତି।
ଶନିବାର ପିମ୍ପ୍ରି ଥାନା ଅଧିନରେ ଆସୁଥିବା ପୁଣେରେ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଡ. ବାଲାସାହେବ ଆମ୍ବେଦକର ଓ ମହାତ୍ମା ଜ୍ୟୋତିବା ଫୁଲେଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଗତକାଲି ତାଙ୍କ ଉପରେ କାଳିମାଡ଼ ହୋଇଥିଲା। ଆଜି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେଠାରୁ ପୁଣି ତାଙ୍କୁ ୩ ଦିନିଆ ବିଚାରବିଭାଗୀୟ ହାଜତକୁ ନିଆଯାଇଛି।
ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଟିଲ୍ କହିଥିଲେ ଯେ ଶିକ୍ଷାନୁଷ୍ଠାନ ଚଳାଇବା ପାଇଁ ଫୁଲେ ଓ ଆମ୍ବେଦକର ସରକାରୀ ସହାୟତା ମାଗିନଥିଲେ। ସେମାନେ ଲୋକଙ୍କୁ ଏକତ୍ର କରି ସେମାନଙ୍କୁ ଠାରୁ ଭିକ ମାଗି ସ୍କୁଲ୍ କଲେଜ୍ ଖୋଲିବାକୁ କହିଥିଲେ। ଏହି ଭିକମାଗିବା ଶବ୍ଦର ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଜଣେ ବ୍ୟକ୍ତି ତାଙ୍କ ଉପରେ କାଳି ଫିଙ୍ଗିଥିଲେ। ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପରୋକ୍ଷରେ ପାଟିଲ୍ଙ୍କୁ ସମର୍ଥନ କରିଛନ୍ତି। ତାଙ୍କ କଥାର ଓଲଟା ଅର୍ଥ ବାହାର କରାଯାଇଛି ବୋଲି ସେ କହିଛନ୍ତି
