ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ; ୧୮୮ ରନରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ, ୧-୦ରେ ସିରିଜ୍ ଆଗୁଆ

ଭୁବନେଶ୍ୱର,୧୮/୧୨(ସତ୍ୟପାଠ ବ୍ୟୁରୋ): ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌ରେ ଆୟୋଜିତ ଦୁଇ-ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ର ୫ମ ଦିନରେ ଆଜି ବାଂଲାଦେଶକୁ ୩୨୪ ରନ୍‌ରେ ଆଉଟ୍‌ କରି ଭାରତ ୧୮୮ ରନ୍‌ରେ ବିଜୟୀ ହୋଇ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଆଜିର ଖେଳରେ ମୋଟ ୧୧.୨ ଓଭର୍‌ ଖେଳି ବାଂଲାଦେଶ ୫୨ ରନ୍‌ ସଂଗ୍ରହ କରି ୪ ୱିକେଟ୍‌ ହରାଇଥିଲା।

ଗତକାଲି ଏହି ମ୍ୟାଚ୍‌ର ୪ର୍ଥ ଦିନରେ ଦ୍ୱିତୀୟ ଇନିଙ୍ଗସ୍ ଖେଳୁଥିବା ବାଂଲାଦେଶ ୬ ୱିକେଟ୍‌ ବିନିମୟରେ ୨୭୨ ରନ୍‌ ସଂଗ୍ରହ କରିଥିଲା। ଏହି ପ୍ରଥମ ଟେଷ୍ଟ୍‌ ମ୍ୟାଚର ଦ୍ୱିତୀୟ ଇନିଙ୍ଗସରେ ୫୧୩ ରନ୍‌ ସଂଗ୍ରହ କରି ଭାରତ ପାଳି ଘୋଷଣା କରିଥିଲା। ଏହି ସିରିଜର ପ୍ରଥମ ଟେଷ୍ଟ୍‌ ମ୍ୟାଚରେ ଭାରତ ପ୍ରଥମ ଇନିଙ୍ଗସରେ ୪୦୪ ଓ ଦ୍ୱିତୀୟ ଇନିଙ୍ଗସରେ ୨୫୮ ରନ୍‌ ସଂଗ୍ରହ କରିଛି। ସେହିପରି, ବାଂଲାଦେଶ ପ୍ରଥମ ଇନିଙ୍ଗସରେ ୧୫୦ ଓ ଦ୍ୱିତୀୟ ଇନିଙ୍ଗସରେ ୩୨୪ ରନ୍‌ କରିଛି।

ଦ୍ୱିତୀୟ ଇନିଙ୍ଗସରେ ଭାରତୀୟ ବୋଲର୍‌ ଅକ୍ଷର ପଟେଲ୍‌ ୪ ୱିକେଟ୍‌ ଓ କୁଳଦୀପ ଯାଦବ ୩ ୱିକେଟ୍‌ ନେଇଛନ୍ତି। ସେହିପରି, ଖେଳର ୪ର୍ଥ ଦିନରେ ବାଂଲାଦେଶର ଜାକିର୍‌ ହସନ୍‌ ଶତକ ହାସଲ୍‌ କରି ଶ୍ରେଷ୍ଠ ରନ୍‌ ସଂଗ୍ରାହକ ହୋଇଛନ୍ତି। ଏହି ସିରିଜର ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ ଡିସେମ୍ବର ୨୨ ତାରିଖ ଦିନ ମିରପୁରରେ ଆରମ୍ଭ ହେବ।

Related Posts