ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): କୋଭିଡ ସରିଲା, ବିଶ୍ୱକପ୍‌ ଆସିଲା। ଏଣିକି ପୁଣି ରବିବାର ସକାଳୁ ଉତ୍ସଵମୁଖର ହୋଇ ଉଠିବ ରାଜଧାନୀ ରାଜରାସ୍ତା। ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ଭୁବନେଶ୍ୱରକୁ ଫେରିବ ଷ୍ଟ୍ରିଟ୍‌ ଫେଷ୍ଟିଭାଲ ପଥ ଉତ୍ସବ । ନାଚଗୀତ ଓ ଖେଳକୁଦରେ ମତୁଆଲା ହେବେ ରାଜଧାନୀବାସୀ ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ଵରରେ ଆସନ୍ତା ରବିବାରରୁ ପଥ ଉତ୍ସବ ଆରମ୍ଭ ହେବ ।ଜନପଥ ପୁଣି କମ୍ପିବ । ନାଚ,ଗୀତରେ ଝୁମିବ ରାଜଧାନୀ । ଏନେଇ ବିଏମ୍‌ସିର ଚୂଡାନ୍ତ ପ୍ରସ୍ତୁତି ସରିଛି । ହକି ବିଶ୍ୱକପ୍‌ ପାଇଁ ପୁଣି ସହରରେ ପଥଉତ୍ସବ ଫେରିଛି ।

ସାଇକେଲିଂ, ସ୍କେଟିଂ, ଜୁମ୍ବାର ମଜା ନେବେ ରାଜଧାନୀର ଯୁବବର୍ଗ । ରାସ୍ତା ଉପରେ ଖାଦ୍ୟର ପସରା ବି ମେଲିବ । ରାମମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ମନୋରଞ୍ଜନରେ ଭର୍ତ୍ତି ହୋଇଯିବ । ଜନପଥରେ ହଜାର ହଜାର ଲୋକଙ୍କ ସମାଗମ ହେବ । ଲୋକେ ମନଭରି ଉପଭୋଗ କରିବେ । ପଥ ଉତ୍ସବ ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।