ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ମାଟିରେ ମିଶିଲା ଦେଶର ସର୍ବବୃହତ ଚିମିନି । ଢେଙ୍କାନାଳରେ ଥିବା ଲାନକୋ କମ୍ପାନୀର ୨୫୬ ମିଟର ଉଚ୍ଚତା ବିଶିଷ୍ଟ ଚିମିନିକୁ ବିସ୍ଫୋରଣ କରି ଭଙ୍ଗା ଯାଇଛି । ପୂୂର୍ବରୁ ଦୁଇ ଥର ଉଦ୍ୟମ ପରେ ତୃତୀୟ ଥରରେ ମାଟିରେ ମିଶିଛି ଏହି ଚିମିନି ।ଏହାପୂର୍ବରୁ ଅକ୍ଟୋବର ୧୩ ତାରିଖରେ ଏବଂ ନଭେମ୍ବର ୧୭ ତାରିଖରେ ବିସ୍ଫୋରଣ ହେବାକୁ ଉଦ୍ୟମ କରାଯାଇଥିଲା ।
ତେବେ ଦୁଇ ଦୁଇ ଥର ବିଫଳ ହେବା ପରେ ଆଜି ତୃତୀୟ ଥରରେ ଏହା ଭଙ୍ଗାଯାଇଛି । ମାଜିଷ୍ଟ୍ରେଟ୍ ଓଡାପଡା ତହସିଲଦାର ଓ ସ୍ଥାନୀୟ ମୋଟାଙ୍ଗ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହା ମାଟିରେ ମିଶିଛି । ଏହି ବିସ୍ପୋରଣ ପାଇଁ ୨ହଜାର ୨୫୦କେଜିର ବିସ୍ଫୋରକ ବ୍ୟବହାର ହୋଇଛି । ନୋଇଡାର ଟୁଇନ୍ ଟାୱାର ଭାଙ୍ଗିଥିବା ବିସ୍ଫୋରଣକାରୀ ଦଳ ଏଥିପାଇଁ ନିୟୋଜିତ ହୋଇଥିଲେ ।