ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ। ଜାନୁୟାରୀ ୧୬ ତାରିଖ ସୁଦ୍ଧା ସଂଘର ୮ ଦଫା ଦାବି ପୂରଣ କର। ଦାବି ପୂରଣ ନ ହେଲେ ଆସନ୍ତା ଜାନୁୟାରୀ ୧୭ ତାରିଖରୁ ରାଜ୍ୟରେ ଗଡ଼ିବନି କୌଣସି ବସ୍। ଘରୋଇ ବସ୍ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି।
ସୂଚନା ଅନୁସାରେ, ୮ ଦଫା ଦାବି ପୂରଣ ନେଇ ଆଜି ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସବୁ ଘରୋଇ ବସ୍ର ମାଲିକମାନେ ଯୋଗଦେଇ ସରକାରଙ୍କ ସ୍କ୍ରାପ୍ ପଲିସିକୁ ବିରୋଧ କରିଥିଲେ। ଘରୋଇ ବସ୍ ମାଲିକ ସଂଘ ସଂପାଦକ କହିଛନ୍ତି ଯେ, ସ୍କ୍ରାପ୍ ପଲିସି ଉଚ୍ଛେଦ ସହ ୮ ଦଫା ଦାବି ପୂରଣ ନହେଲେ ଜାନୁୟାରୀ ୧୭ ତାରିଖରୁ ରାଜ୍ୟରେ କୌଣସି ବସ ଗଡ଼ିବ ନାହିଁ।
