ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବୁଲିବାକୁ ଆସି ରାୟଗଡ଼ାରେ ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା । ଦୁହିଁଙ୍କ ମଧ୍ୟରୁ ଜଣକର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଥିବା ବେଳେ ଆଜି ଋଷର ସାଂସଦ ପାୱେଲ୍ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ ହାତକୁ ଆସିଛି। ହେଲେ ଆନ୍ଥେଭଙ୍କ ମୃତ୍ୟୁର କାରଣ କ’ଣ ଥିଲା, ସେ ବିଷୟରେ ପୁଲିସ କୌଣସି ତଥ୍ୟ ଦେଇ lନାହିଁ।
ଅନ୍ୟପଟେ ଘଟଣାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ କହିଛି ଯେ, ଏହା ଏକ ଜାତୀୟ ସ୍ତରର ଘଟଣା। ଏହାକୁ କ୍ରାଇମବ୍ରାଞ୍ଚ୍ ଗୁରୁତର ସହ ଗ୍ରହଣ କରିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାୱେଲଙ୍କ ମୃତ୍ୟକୁ ନେଇ ସନ୍ଦେହ ରହିଛି। ତାଙ୍କର ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ଯାଞ୍ଚ ହେବ। ହେଲେ ବ୍ଲାଦମିରଙ୍କ ମୃତ୍ୟୁ ହୃଦଘାତ ଜନିତ ଆଉ ସେ ମୃତ୍ୟୁ ସମୟରେ ମଦ୍ୟପାନ କରିଥିବା ଜଣାପଡିଛି। ଏବେ ଭିସେରା ଟେଷ୍ଟ ପାଇଁ ଆବେଦନ କରାଯିବ। ଯେଉଁ ରୁମରେ ଘଟଣା ଘଟିଛି ସେ ରୁମ୍ ଓ ଆଖପାଖ ରୁମକୁ ସିଲ୍ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ଆଉ ଥରେ ଆମ ଟିମ୍ ସେ ସ୍ଥାନକୁ ଯିବ।
ଏବେ ୨ରୁଷୀୟ ପର୍ଯ୍ୟଟକଙ୍କ ତରବରିଆ ଭାବେ ଅନ୍ତିମ ସଂସ୍କାର କରାଯିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦୁହେଁ ଖ୍ରୀଷ୍ଟିଆନ ଥିବା ବେଳେ କବର ନଦେଇ ଦୁହିଁଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ କାହିଁକି କରାଗଲା, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।





