ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ୧୦ମ, ଦ୍ଵାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ସୂଚୀ ଘୋଷଣା କରାଯାଇଛି । ସବିଶେଷ ପରୀକ୍ଷାସୂଚୀ ବୋର୍ଡର ଓ୍ବେବସାଇଟ୍ cbse.nic.in ରେ ଉପଲବ୍ଧ ଅଛି ।
ତେବେ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ ଓ ମାର୍ଚ୍ଚ ୨୧ରେ ଶେଷ ହେବ । ସେହିପରି ଦ୍ଵାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ ।ଏସବୁ ପରୀକ୍ଷାର ରୋଲନଂ ଓ ପ୍ରବେଶପତ୍ର (ଆଡମିଟ କାର୍ଡ ) ଆସନ୍ତା ଜାନୁଆରି ମାସରେ ଜାରି କରାଯିବ ବୋଲି ସିବିଏସଇ ସୁତ୍ରରୁ ଜଣାପଡ଼ିଛି ।
୧୦ମ ବୋର୍ଡ ପରୀକ୍ଷା ପେଣ୍ଟିଂ, ରାଇ, ଗୁରୁଙ୍ଗ, ତମାଙ୍ଗ,ସେର୍ପା ଓ ଥାଇ ପେପରରୁ ଆରମ୍ଭ ହୋଇ ଗଣିତରେ ଶେଷ ହେବ । ଅଧିକାଂଶ ପେପରର ସମୟ ୧୦ୟ୩୦ରୁ ଆରମ୍ଭ ହୋଇ ୧.୩୦ରେ ଶେଷ ହେବ । ସେହିପରି ଦ୍ଵାଦଶ ବୋର୍ଡ ଏଣ୍ଟପ୍ରେନ୍ୟୋରସିପରୁ ଆରମ୍ଭ ହୋଇ ସାଇକୋଲୋଜି ପେପରରେ ସମାପ୍ତ ହେବ । ଦ୍ଵାଦଶ ବୋର୍ଡର ଅଧିକାଂଶ ପେପରର ସମୟ ୧୦ୟ୩୦ରୁ ଆରମ୍ଭ ହୋଇ ୧.୩୦ରେ ଶେଷ ହେବ ।
ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ସମୟକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାସୂଚୀ ପ୍ରସ୍ତୁତ କରାଯାଇଥିବା ସିବିଏସସି ପକ୍ଷରୁ କୁହାଯାଇଛି । ପୂର୍ବରୁ ଆଇସିଏସସିର ପରୀକ୍ଷାସୂଚୀ ପ୍ରକାଶିତ ହୋଇସାରିଛି ।





