ଭୁବନେଶ୍ଵର,୪/୧(ସତ୍ୟପାଠ ବ୍ୟୁରୋ): ଆଜି ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗକୁ ଝାରପଡା ଜେଲରେ ଜେରା କରିବ ଇଡି। ଡିଜିଟାଲ୍ ଏଭିଡେନ୍ସ ପାଇବା ପରେ ଇଡି ଜେଲ୍ ଭିତରେ ଅର୍ଚ୍ଚନାକୁ ଜେରା କରିବ। ଏଥିଲାଗି ଗତକାଲି କୋର୍ଟ ଇଡିକୁ ଅନୁମତି ଦେଇଥିଲେ। ଆଜି ଅର୍ଚ୍ଚନା ନାଗ ଓ ଆସନ୍ତାକାଲି ଅର୍ଚ୍ଚନାଙ୍କ ବ୍ୟବସାୟିକ ପାର୍ଟନର ଖଗେଶ୍ୱରକୁ ଜେଲ୍ ଭିତରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଜେରା ବେଳେ ହନିଟ୍ରାପ, ଷଡଯନ୍ତ୍ର, ବ୍ଲାକମେଲିଂ ଓ ବଡ ବଡିଆଙ୍କ ଲିଙ୍କ୍ ନେଇ ଗୁମର ଖୋଲିପାରେ।
ସେପଟେ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଇଡିପକ୍ଷରୁ ଗତକାଲି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲ। ଅନ୍ୟପଟେ ଇଡି କରୁଥିବା ହିନିଟ୍ରାପ୍ ତଦନ୍ତକୁ ୬୦ ଦିନ ପୂରିଛି। ତେଣୁ ଇଡି ଜାନୁଯାରୀ ୯ ତାରିଖ ପୂର୍ବରୁ ହନିଟ୍ରାପ ବ୍ଲାକମେଲିଂ ମାମଲାରେ ଚାର୍ଜସିଟ ଦେଇପାରେ। ଏଥିଲାଗି ଶେଷ ଜେରା କରିବାକୁ ଇଡି ଯୋଜନା ଚଳାଇଛି।
