ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ସମୟରେ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ପରଲୋକ

ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଦଳର ଭାରତ ଯୋଡ଼ୋ ଯାତ୍ରା ଏବେ ପଞ୍ଜାବରେ ଜାରି ରହିଛି। ତେବେ ଆଜି ଯାତ୍ରା ସମୟରେ ଏକ ଅଘଟଣ ଘଟି ଯାଇଛି। ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ସମୟରେ କଂଗ୍ରେସ ସାଂସଦଙ୍କ ପରଲୋକ ଘଟିଛି। ପଞ୍ଜାବର ଜଳନ୍ଧର ଆସନରୁ ଲୋକସଭା ସାଂସଦ ଥିବା ସନ୍ତୋଖ ସିଂହ ଚୌଧୁରୀଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଶନିବାର ସକାଳୁ ପଞ୍ଜାବର ଫିଲୌର ଠାରେ ପଦଯାତ୍ରା ଚାଲିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।

ସନ୍ତୋଖ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିଲେ। ହେଲେ ହଟାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ହୃଦ୍‌ସ୍ପଦନ ବଢ଼ି ଯାଇଥିଲା। ଏହାପରେ ଭାରତ ଯୋଡ଼ ଯାତ୍ରାରେ ଭିତରେ ହିଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲୁଧିଆନାର ଭିର୍କ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୋଖ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲେ ବୋଲି ଡାକ୍ତର କହିଛନ୍ତି। ସାଂସଦଙ୍କ ମୃତ୍ୟୁ ଖବର ପାଇବା ପରେ ରାହୁଲ ଗାନ୍ଧୀ ତୁରନ୍ତ ଯାତ୍ରା ଛାଡ଼ି ଡାକ୍ତରଖାନାରେ ପହଞ୍ଚିଛନ୍ତି।

ସୂଚନ ଥାଉକି ସେପ୍ଚେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ ତାରିଖରେ ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ସରିବ।

Related Posts