ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ ତାରିଖରେ ଥାନାରେ ହାଜର ହେବେ ଉଭୟ ପତିପତ୍ନୀ । ତେବେ ଉଭୟ ଆଜି କାଉନ୍‌ସେଲିଂ ପାଇଁ ଥାନାରେ ହାଜର ହେବାର ଥିଲା କିନ୍ତୁ ଶ୍ରୀୟା ୩୦ ତାରିଖରେ ଆସିବେ ବୋଲି ପୋଲିସକୁ ଜଣାଇଲେ । ସେଥିପାଇଁ ପୋଲିସ ପକ୍ଷରୁ ୩୦ ତାରିଖରେ ହ୍ୟୁମାନକୁ ଆସିବାକୁ ଜଣାଯାଇଛି । ଗତ ୧୯ ତାରିଖରେ କଟକ ମହିଳା ଥାନାରେ ହାଜର ହୋଇଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ଉଭୟଙ୍କ ମହିଳା ଥାନାରେ କାଉନ୍‌ସେଲିଂ କରିଥିଲା ପୋଲିସ ।

ଗତ ବୁଧବାର ଦିନ କଟକ ମହିଳାଙ୍କ ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ହ୍ୟୁମାନ୍‌ ସାଗର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ପୂର୍ବରୁ ନିର୍ଯାତନାର ଶିକାର ହୋଇ ଆସୁଥିବା ଶ୍ରେୟା ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଶ୍ରେୟା ।

ସୂଚନା ଥାଉକି, ରବିବାର ସାମ୍ୱାଦିକ ସମ୍ମିଳନୀ କରିଥିଲେ ଶ୍ରୀୟା ମିଶ୍ର । ସମ୍ମିଳନୀରେ ଶ୍ରୀୟା ସ୍ୱାମୀ ହ୍ୟୁମାନ ସାଗର ତାଙ୍କୁ ନିର୍ୟାତନା ଦେଉଥିବା ନେଇ କରିଥିଲେ ଅଭିଯୋଗ । ଏପରିକି ତାଙ୍କୁ ମାଡ ମାରୁଥିବା ଶାରିରୀକ ନିର୍ଯାତନ ଦେଉଥିବା କହିଥିଲେ । ତେବେ ଶ୍ରୀୟାଙ୍କ ଅଭିଯୋ ପରେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ । ସେ କହିଥିଲେ ଯଦି ମୁଁ ନିର୍ଯାତନା ଦେଉଥିଲେ ୮ ବର୍ଷ କେମିତି ସହୁଥିଲେ । ତଥାପି ଏବେବି ସେ କମ୍ରମାଇଜ କରିବା ମୁଡରେ ଅଛନ୍ତି । ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବି । ତା ପରେ ଘଟଣା ସ୍ପଷ୍ଟ ହେବ ।