ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୁଜରାଟର ଗାନ୍ଧୀନଗର କୋର୍ଟ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ତାଙ୍କର ଶିଷ୍ୟା ଥିବାବେଳେ ସେ ଆଶରାମଙ୍କ ଆଶ୍ରମରେ ରହୁଥିଲେ। ସେ ଆଶ୍ରମରେ ରହୁଥିବା ବେଳେ ତାକୁ ବାରମ୍ବାର ଆଶାରାମ ଦୁଷ୍କର୍ମ କରିଥିଲା। ଅହମଦାବାଦର ମୋଟେରାରେ ଥିବା ଆଶ୍ରମରେ ପୂରା ଘଟଣା ଘଟିଥିଲା।ଏହାର ଶୁଣାଣି କରି ଆଶାରାମକୁ ଗାନ୍ଧିଗନଗର ସେସନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଆସନ୍ତାକାଲି ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ।

ଆଇପିସିର ଧାରା ୩୪୨, ୩୫୪ଏ, ୩୭୦(୪), ୩୭୬, ୫୦୬ ଓ ୧୨୦(ବି) ଅନୁଯାୟୀ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ହେଉଛି ଆଶାରାମର ପୁଅ ନାରାୟଣ ସାଇ। ଆଶାରାମର ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଓ ୪ ଜଣ ମହିଳା ଅନୁଗାମୀ ଧ୍ରୁବବେନ, ନିର୍ମଳା, ଯଶୀ ଓ ମୀରା ମଧ୍ୟ ଏହି ମାମଲାର ଅଭିଯୁକ୍ତ ଥିଲେ। ତେବେ ପ୍ରମାଣ ଅଭାବରୁ ସମସ୍ତଙ୍କୁ ଗାନ୍ଧିନଗର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଆଶାରାମ ବାପୁ ଏବେ ଯୋଧପୁର ଜେଲରେ ଅଛନ୍ତି। ୨୦୧୮ରେ ଯୋଧପୁର ଟ୍ରାଏଲ କୋର୍ଟ ତାକୁ ଅନ୍ୟ ଏକ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ପଠାଇ ଦେଇଥିଲେ। ୨୦୧୩ରେ ସେ ଯୋଧପୁର ସ୍ଥିତ ଆଶ୍ରମରେ ଜଣେ ୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିଥିଲା। ସେହି ସମୟରେ ୭୭ ବର୍ଷୀୟ ଆଶାରାମକୁ ଆଇପିସିର ୩୭୬ ଓ ପକସୋ ଆକ୍ଟ ବଳରେ ଦଣ୍ଡବିଧାନ କରାଯାଇଥିଲା। ୨୦୧୩ ଅଗଷ୍ଟରେ ପୁଲିସ୍‌ ପ୍ରଥମେ ଆଶାରାମକୁ ଇନ୍ଦୋରରୁ ଗିରଫ କରିଥିଲା। ଏହାପରେ ତାକୁ ଯୋଧପୁର ଅଣାଯାଇଥିଲା।

Related Posts