ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ। ଯୋଧପୁର ଜେଲରେ ସଜା କାଟୁଥିବା ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗୁଜରାଟର ଗାନ୍ଧୀନଗର କୋର୍ଟ। ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅହମଦାବାଦ ଆଶ୍ରମରେ ନିଜ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଅଦାଲତ ତାଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ମଙ୍ଗଳବାର ଏହି ମାମଲାର ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ଆଶାରାମ ବାପୁଙ୍କ ବିରୋଧରେ ୨୦୧୩ ରେ ପୀଡ଼ିତା ଅଭିଯୋଗ କରିଥିଲେ। ଆଶାରାମ ଦୁଷ୍କର୍ମ, ଅପ୍ରାକୃତିକ ଯୌନ ସମ୍ବନ୍ଧ, ବଳ ପ୍ରୟୋଗ ସହ ଅନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଶାରାମଙ୍କ ପତ୍ନୀ ଏବଂ ଝିଅଙ୍କ ସହ ୬ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ମୁକ୍ତ ହୋଇଛନ୍ତି। ପୀଡ଼ିତାଙ୍କ ସାନ ଭଉଣୀ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ତେବେ ନାରାୟଣକୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି।

Related Posts