ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ବଦଳିଲେ ଝାରସୁଗୁଡ଼ା ଏସପି ରାହୁଲ ଜୈନ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ । ଝାରସୁଗୁଡ଼ା ଏସପି ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଏସପି ସ୍ମିତ ପରମାର ହେଲେ ଝାରସୁଗୁଡ଼ା ଏସ୍‌ପି। ସେହିଭଳି ବୌଦ୍ଧ ଏସପି ପ୍ରହଲ୍ଲାଦ ମୀନାଙ୍କୁ ବରଗଡ଼ ଏସ୍‌ପି ଭାବେ ଦାୟିତ୍ଵ ମିଳିଥିବା ବେଳେ ରାୟଗଡ଼ା ଏଏସପି ରାଜ ପ୍ରାସାଦଙ୍କୁ ବୌଦ୍ଧ ଏସପି ଭାବେ ଦାୟିତ୍ଵ ମିଳିଛି।

ସେହିଭଳି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଛି । ଏହାସହିତ ବର୍ତ୍ତମାନ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ନୂଆ ଏସଡିପିଓ ଭାବେ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି । ତେବେ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଏଏସଆଇ ଗୁଳିମାଡ କରିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।