ଭୁବନେଶ୍ୱର,୯/୨(ସତ୍ୟପାଠ ବ୍ୟୁରୋ): ବର୍ଡର-ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ଦମଦାର ବୋଲିଂ ପ୍ରଦର୍ଶନ। ଅଷ୍ଟ୍ରେଲିଆ ଟିମ୍ ୧୭୭ ରନ୍ରେ ଅଲଆଉଟ । ଟିମ୍ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଛନ୍ତି।
ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍ । ଦଳର ଦୁଇ ଓପନର ପଡିଆକୁ ବି ଓହ୍ଲାଇଥିଲା । ହେଲେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ କଙ୍ଗାରୁ ବ୍ୟାଟର । ମାତ୍ର ୨ ରନ୍ରେ ଅଷ୍ଟ୍ରେଲିଆ ଟିମ୍ର ପ୍ରଥମ ଓ୍ୱିକେଟ୍ ପଡିଥିଲା । ଏହାପରେ ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍ । ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଆଉ କୌଣସି ବ୍ୟାଟସମ୍ୟାନ୍ ପ୍ରଥମ ଇନିଂସ ଭଲ ବ୍ୟାଟିଂ କରିପାରିନଥିଲେ ।
ସେପଟେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜୋରଦାର୍ ପ୍ରଦର୍ଶନ କରିଥିଲେ ଟିମ୍ ଇଣ୍ଡିଆର ବୋଲର । ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫ଓ୍ୱିକେଟ୍ ନେଇଥିଲେ । ଏହାପଛକୁ ରବିଚନ୍ଦ୍ର ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
ବର୍ତ୍ତମାନ ଭାରତ ଏହାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଥିବାବେଳେ ଦଳ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ କେ ଏଲ ରାହୁଲ ବ୍ୟାଟିଂ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ସମୟରେ ଭାରତ ୫ ଓଭରରେ ୨୬ ରନ୍ ସଂଗ୍ରହ କରିଛି।





