ଇମ୍ରାନ୍ ଖାନ୍‌ଙ୍କ ବଢ଼ିଲା ଅଡୁଆ; ଅନ୍ତରୀଣ ଜାମିନ୍ ଆବେଦନ ଖାରଜ କଲେ କୋର୍ଟ, ଯିବାକୁ ପଡିପାରେ ଜେଲ୍‌

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଡୁଆ ବଢିଛି। ନିର୍ବାଚନ କମିଶନ୍‌ଙ୍କ ନିଷ୍ପତ୍ତି ବିରୋଧରେ ପିଟିଆଇର ବିରୋଧ ପ୍ରଦର୍ଶନ ଓ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ସମ୍ପର୍କିତ ମାମଲାରେ ପାକିସ୍ତାନର ଆତଙ୍କବାଦ ନିରୋଧି କୋର୍ଟ ବୁଧବାର ଇମ୍ରାନ ଖାନଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଜେଲ ଯିବାକୁ ପଡିପାରେ। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ପିଟିଆଇର ବିରୋଧ ପ୍ରଦର୍ଶନ ଓ ସରକାରୀ ହସ୍ତକ୍ଷେପ ସମ୍ପର୍କିତ ମାମଲାରେ ହାଜର ନହେବା କାରଣରୁ ଇମ୍ରାନ ଖାନଙ୍କ ଜାମିନ ନାମଞ୍ଜୁର କରିଛନ୍ତି କୋର୍ଟ।

ଇମ୍ରାନ୍ ଖାନ୍ ଅସୁସ୍ଥତା ଦର୍ଶାଇ କୋର୍ଟରେ ହାଜର ହୋଇପାରିବେନି ବୋଲି ଅନୁରୋଧ କରିଥିଲେ। କୋର୍ଟ ତାଙ୍କ ଦଲିଲକୁ ଶୁଣିବା ପରେ ଆବେଦନକୁ ଖାରଜ କରିଛନ୍ତି ଓ ତାଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି। ନିର୍ଦ୍ଧାରିତ ସମୟରେ କୋର୍ଟରେ ନପହଞ୍ଚିଲେ ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ନିର୍ବାଚନ କମିଶନ୍‌ ବିରୋଧରେ ପିଟିଆଇର ବିରୋଧ ପ୍ରଦର୍ଶନ ସମ୍ପର୍କିତ ଏକ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି।

Related Posts