ଗ୍ୟାଙ୍ଗଷ୍ଟର ଫଣ୍ଡିଂ ମାମଲା; ଦେଶବ୍ୟାପୀ ୭୨ ସ୍ଥାନରେ ଏନ୍‌ଆଇଏର ଚଢାଉ

ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ) ଗ୍ୟାଙ୍ଗଷ୍ଟର ଫଣ୍ଡିଂ ମାମଲାକୁ ନେଇ ଦେଶବ୍ୟାପୀ ୭୨ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢାଉ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଏନ୍ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀରେ ଏହି ଚଢ଼ଉ କରୁଛି ଏନ୍‌ଆଇଏ ।

ମିଳିଥିବା ସୂଚନା ମୁତାବକ, ୬ ଜଣ ଗ୍ୟାଙ୍ଗଷ୍ଟରକୁ ପଚରାଉଚରା କରିବା ସମୟରେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ନାମ ସାମ୍ନାକୁ ଆସିଥିଲା । ୟୁପିର ଫିଲିଭିଟ୍ରେ ଏନ୍ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ଉ କରୁଥିବା ସୂଚନା ରହିଛି। ଚଢ଼ଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି।

ଗୁଜରାଟର ଗାନ୍ଧିଧାମରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଏନ୍ଆଇଏ ପଚରାଉଚରା କରି ଚଢ଼ଉ ଜାରି ରହିଛି । ଆଜି ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି। ପିଲିଭିତରେ ସକାଳ ୫ଟାରେ ଏନଆଇଏ ଟିମ୍‌ ପହଞ୍ଚି ଚଢଉ କରିଥିଲା। ଏହାଛଡା ପ୍ରତାପଗଡ, ହରିୟାଣାରେ ମଧ୍ୟ ସମାନ ସମୟରେ ଚଢଉ ହୋଇଥିଲା ।

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ସହ ଗ୍ୟାଙ୍ଗଷ୍ଟରଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି। ବେଆଇନ୍ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଅନେକ ଗ୍ୟାଙ୍ଗଷ୍ଟରକୁ ଗିରଫ ବି କରାଯାଇଛି। ଗ୍ୟାଙ୍ଗଷ୍ଟର କିଭଳି ପଇସା ଆଦାୟ କରନ୍ତି, କେମିତି ଏହାର ବ୍ୟବହାର କରନ୍ତି, ଅସ୍ତ୍ରଶସ୍ତ୍ର କେଉଁଠୁ ମିଳେ ତାହା ଉପରେ ମଧ୍ୟ ପଚରାଉଚରା କରୁଛି ଏନ୍‌ଆଇଏ ।

Related Posts