ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ସମନ ଜାରି କଲା ଇଡି

ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ(ପିଏ) ବିଭବ କୁମାରଙ୍କୁ ସମନ ଜାରି କରିଛି। ଏହି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ପଚରାଉଚରା କରିବ। ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେରା କରାଯାଇଛି।

ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଚାର୍ଜସିଟ୍‌ରେ କେଜ୍ରିୱାଲ୍‌ଙ୍କ ନାମ ଉଲ୍ଲେଖ କରିବାର କିଛି ସପ୍ତାହ ପରେ ଆଜି ତାଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ହାଜର ହେବାକୁ ସମନ୍‌ ପଠାଯାଇଥିଲା। ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି ଯେ, ଅନ୍ୟତମ ମଦ ବ୍ୟବସାୟୀ ଏବଂ ଅବକାରୀ ନୀତି ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସମୀର ମହେନ୍ଦ୍ରୁ ଭିଡିଓ କଲ୍‌ ଜରିଆରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ। ‘ଆପ୍‌’ର ‘କମ୍ୟୁନିକେସନ୍‌ ଇନ୍‌-ଚାର୍ଜ’ ବିଜୟ ନାୟର୍‌ଙ୍କ ଉପରେ ଭରସା ରଖିବାକୁ କେଜ୍ରିୱାଲ୍‌ ସମୀରଙ୍କୁ କହିଥିଲେ।ପୂର୍ବରୁ ଏହି ଦୁର୍ନୀତି ମାମଲାରେ ଜାରି କରାଯାଇଥିବା ଚାର୍ଜସିଟ୍‌ରେ ସିସୋଦିଆଙ୍କ ନାମ ନ ଥିଲା । ତେବେ ସିବିଆଇ କଣ ପାଇଁ ତାଙ୍କୁ ପଚରାଉଚରା କରିବାକୁ ଯାଉଛି ତାହା ସ୍ପଷ୍ଟ ହୋଇନାହିଁ।

ଏହି ଅବକାରୀ ଦୁର୍ନୀତି ମାମଲାରେ ବିଜେପି ଓ ଆପ ବାରମ୍ବାର ମୁହାଁମୁହିଁ ହେବାରେ ଲାଗିଛନ୍ତି । ସିବିସିଆଇ ମଧ୍ୟ ସିସୋଦିଆଙ୍କ ଘର ଏବଂ ଅଫିସ ବାରମ୍ବାର ତଲାସ କରି ସାରିଛି ।ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ହାଜର ହେବା ପାଇଁ ସମନ ପଠାଇଥିଲା । ତେବେ ଦିଲ୍ଲୀର ବଜେଟ ଆସିବାକୁ ଥିବାରୁ ସିସୋଦିଆ ଏଥି ପାଇଁ ସପ୍ତାହେ ସମୟ ମାଗିଥିଲେ । ରବିବାର ସିବିଆଇ ସିସୋଦିଆଙ୍କ ଏହି ଅନୁରୋଧ ଗ୍ରହଣ କରିଛି।

Related Posts