ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): ବିଗିଡିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦିଙ୍କ ସ୍ୱାସ୍ଥ୍ୟାବସ୍ଥା। ସେ ଅସୁସ୍ଥ ହୋଇପଡିଥିବାବେଳେ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତାଙ୍କ ଚିକିତ୍ସା ଜାରି ରହିଛି।
ମୋଦିଙ୍କ ବାପା ଦାମଦୋରଦାସ ମୁଲଚାନ୍ଦ ମୋଦି ଓ ତାଙ୍କ ପତ୍ନୀ ହିରାବେନ୍ଙ୍କର ପ୍ରହଲ୍ଲାଦ ହେଉଛନ୍ତି ପଞ୍ଚମ ସନ୍ତାନ। ସେ ଗୁଜରାଟର ଅହମ୍ମଦାବାଦରେ ଏକ ତେଜରାତି ଦୋକାନ ଓ ଟାୟାର୍ ଶୋ’ ରୁମ୍ ଚଳାଉଛନ୍ତି।
ଗତବର୍ଷ ଡିସେମ୍ବର ୨୭ ତାରିଖରେ ପ୍ରହଲ୍ଲାଦ ମୋଦି କର୍ଣ୍ଣାଟକ ମୈସୁର ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ତାଙ୍କ ପରିବାର ସହ ଏକ କାର୍ ଯୋଗେ ବନ୍ଦିପୁରରୁ ମୈସୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
୨୦୨୨ ଅଗଷ୍ଟ ୨ରେ ଅଲ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲର ଫେଡେରେସନ୍ ର ଅନେକ ସଦସ୍ୟଙ୍କ ସହ ମିଶି ପ୍ରହ୍ଲାଦ ମୋଦି ସଂଗଠନର ବିଭିନ୍ନ ଦାବି ନେଇ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଧର୍ମଘଟ କରିଥିଲେ।





