ଭୁବନେଶ୍ୱର,୧୧/୩ (ସତ୍ୟପାଠ ବ୍ୟୁରୋ): ବିଜେପିରେ ଯୋଗଦେଲେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜିନା ଓରଫ ସ୍ୱାତୀ ସାମଲ ଓ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ। ବାଲେଶ୍ବରରେ ବିଜେପିର ଏକ ମିଶ୍ରଣ ପର୍ବରେ ଆଜି ଜିନା ଓ ରୁଦ୍ର ପଦ୍ମ ଧରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦଳୀୟ ଉତ୍ତରୀୟ ପିନ୍ଧାଇ ଉଭୟଙ୍କୁ ସ୍ବାଗତ କରିଛନ୍ତି।ଏଥି ସହିତ ଏହି ମିଶ୍ରଣ ପର୍ବରେ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ବର ବିଜେପି ଅଫିସରେ ମିଶ୍ରଣ ପର୍ବ ଆୟୋଜିତ ହୋଇଥିବା ସୂଚନା ମିଳିଛି।
ଓଲିଉଡ ଅଭିନେତ୍ରୀ ଜୀନା ଓରଫ ସ୍ୱାତୀ ସାମଲ ପଦ୍ମ ଧରିଛନ୍ତି। ଏନେଇ ଶନିବାର ବାଲେଶ୍ଵର ସହରସ୍ଥିତ ହୋଟେଲ ରୟାଲ କୁଇନଠାରେ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଜୀନା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା ସେ କହିଥିଲେ। ଜୀନାଙ୍କ ସମେତ ଅଭିନେତା ରୁଦ୍ର ପାଣିଗ୍ରାହୀ, ପୂର୍ବତନ ଜିଏସଟି କମିଶନର ତଥା ଇଡିର ଡେପୁଟି ଡାଇରେକ୍ଟର ବିଜୟ କୁମାର ମଲ୍ଲିକ, ମମତା ପଣ୍ଡା -ଏଆର.ଡି.ଏମ ରିଲାଏନ୍ସ, ପାର୍ଥ ସାରଥୀ ଜେନା, ଅମିତା ସାମଲ, ସ୍ଵାଗତ ସାମଲ,ପ୍ରିୟଙ୍କା ସାମଲ, ଅନିଲ କୁମାର ଗାୟନ ପ୍ରମୁଖ ଦଳରେ ସାମଲ ହୋଇଛନ୍ତି।
ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ଚନ୍ଦ୍ର ବେହେରା, ସୁନିଲ କର, ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଲମ୍ବୋଦର ନାୟକ, ସୁଷମା ବିଶ୍ଵାଳ, ପ୍ରବୀର ପ୍ରଧାନ, ସତ୍ୟଜିତ ମିଶ୍ର, ରାଜେଶ ମହାପାତ୍ର, ମମତା ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ପ୍ରଦୀପ ପଣ୍ଡା, ସୁଶାନ୍ତ ବେହେରା, ବିଜୟ ସାହୁ, ସୁସ୍ମିତା ପଣ୍ଡା, ସିପ୍ରା ମହାପାତ୍ର, ସଂଯୁକ୍ତା ମହାପାତ୍ର, ମୃତ୍ୟୁଞ୍ଜୟ ଜେନା, ବିପିନ ମାରାଣ୍ଡି, ସମର ଶଙ୍କର କାନୁନଗୋ, ଶ୍ରୀନିବାସ ପ୍ରଧାନ, ଅରୂପ ଜେନା, ଅନିଲ ମହାନ୍ତି, ରଣଜିତ ପୃଷ୍ଟି, ଖଗେନ୍ଦ୍ର ନାୟକ, ନାରାୟଣ ମହନ୍ତ, ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ।





