ଅଣଫାର୍ମାସିଷ୍ଟଙ୍କୁ ମେଡିସିନ ବିତରଣ ପାଇଁ ଅନୁମତି ଦିଆନଯାଉ

ଭୁବନେଶ୍ୱର,୨/୪ (ସତ୍ୟପାଠ ବ୍ୟୁରୋ): ୧୨ ଦଫା ଦାବି ନେଇ ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ଆସନ୍ତା ଏପ୍ରିଲ ୧୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘର ଏହି ଆନ୍ଦୋଳନ ଡାକରାକୁ ଆଜି ସମର୍ଥନ ଜଣାଇଛି ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘର ଗଞ୍ଜାମ ଶାଖା। ଏନେଇ ଗଞ୍ଜାମ ଶାଖା ତରଫରୁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି।

ଗଞ୍ଜାମ ଶାଖା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଓଡିଶା ରେ ଥିବା ସମସ୍ତ ବର୍ଗର ଫାର୍ମାସିଷ୍ଟ ଙ୍କୁ ନେଇ ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ଗଠନ କରାଯାଇଛି । ସ୍ୱାସ୍ଥ୍ୟ ସେବା ବିକାଶ ଓ ପରିଚାଳନା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଅବଦାନ ଅତୁଳନୀୟ. ଔଷଧ ଉଦ୍ଭାବନ ଠୁ ଔଷଧ ଉତ୍ପାଦନ, ପରୀକ୍ଷଣ,ରକ୍ଷଣା ବେକ୍ଷଣ, ଔଷଧ ବଣ୍ଟନ ସମସ୍ତ କାର୍ଯ୍ୟ ରେ ଫାର୍ମାସିଷ୍ଟ ମାନେ ନିୟୋଜିତ ଅଛନ୍ତି l ସାମ୍ପ୍ରତିକ ସମୟ ରେ ଔଷଧ କଳାବଜାରୀ କୁ ରୋକିବାକୁ ଏବଂ ରୋଗୀ ଙ୍କ ନିକଟରେ ସଠିକ ଔଷଧ ପହଞ୍ଚେଇବାକୁ ଫାର୍ମାସିଷ୍ଟ ମାନେ ହିଁ ଏକମାତ୍ର ମାଧ୍ୟମ l କୋଭିଡ-୧୯ ସମୟରେ ଫାର୍ମାସିଷ୍ଟ ମାନେ ଦିନ ରାତି ଓଡିଶା ଜନସାଧାରଣ ଙ୍କ ପାଇଁ ନିଜ ଜୀବନ କୁ ବାଜି ଲଗେଇ କାର୍ଯ୍ୟ କରି ଥିଲେ l କରୋନା ରେ ରୋଗୀ ସେବା କରି କରି ଅନେକ ପଞ୍ଜିକୃତ ଫାର୍ମାସିଷ୍ଟ ଙ୍କ ଦେହାନ୍ତ ମଧ୍ୟ ହେଇଛି l

ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ରାଜ୍ୟରେ ଥିବା ବିଭିନ୍ନ ବର୍ଗର ଫାର୍ମାସିଷ୍ଟ ମାନଙ୍କ ଅସୁବିଧା ଓ ସମସ୍ୟା ବିଷୟରେ ବାରମ୍ବାର ସରକାର ଙ୍କୁ ଦାବି ଜଣେଇଲା ପରେ ମଧ୍ୟ ସରକାର ମହାସଂଘ ର କୌଣସି ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି କିମ୍ବା ମହାସଂଘ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଆଗେଇ ଆସୁ ନାହାନ୍ତି l

ଏସବୁ ଦିଗକୁ ଧ୍ୟାନ ରଖି ରାଜ୍ୟ ର ଫାର୍ମାସିଷ୍ଟ ମାନଙ୍କ ବହୁବିଧ ସମସ୍ୟା କୁ ସମାଧାନ ଉଦ୍ଦେଶ୍ୟ ରେ ଗତ ମାର୍ଚ୍ଚ ୨୬ ତାରିଖରେ ଓଡିଶା ସେକ୍ରେଟାରୀଏଟ ସର୍ଭିସ ଆସୋସିଏସନ୍ ଘରେ ଓଡିଶା ର ସମସ୍ତ ବର୍ଗ ର ଫାର୍ମାସିଷ୍ଟ ମାନଙ୍କୁ ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା। ଏହି ବୈଠକ ରେ ଓଡିଶା ର କୋଣ ଅନୁକୋଣ ରୁ ବିଭିନ୍ନ ବର୍ଗ ର ଫାର୍ମାସିଷ୍ଟ ମାନେ ଯୋଗ ଦେଇ ଥିଲେ ଏବଂ ସର୍ବ କ୍ରମେ ନିଷ୍ପତି ନିଆ ଗଲା ଯେ ଯଦି ସରକାର ଆସନ୍ତା ଏପ୍ରିଲ ୧୬ ତାରିଖ ଭିତରେ ମହାସଂଘ ସମସ୍ତ ୧୨ ଦଫା ଦାବି ପୂରଣ ନ କରନ୍ତି ତେବେ ଓଡିଶା ର ପ୍ରତ୍ୟେକ ବର୍ଗର ପ୍ରତ୍ୟେକ କ୍ଷେତ୍ର ରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନେ ଯଥା ସରକାରୀ ଚାକିରି କରିଥିବା ଫାର୍ମାସିଷ୍ଟ,ଔଷଧ ଦୋକାନରେ କାମ କରୁଥିବା ଫାର୍ମାସିଷ୍ଟ ବା ଔଷଧ ଦୋକାନ କରିଥିବା ଫାର୍ମାସିଷ୍ଟ, ବିଭିନ୍ନ ବେସରକାରୀ ହସ୍ପିଟାଲ ରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ,ଫାର୍ମା ଶିକ୍ଷକ, ସମସ୍ତ ବର୍ଗ ର ଫର୍ମାସୀ ଛାତ୍ର ଛାତ୍ରୀ , ମେଡ଼ିସିନ କମ୍ପାନୀ ରେ କାର୍ଯ୍ୟରତ ଫାର୍ମାସିଷ୍ଟ,ଡି. ଫାର୍ମ, ଵି. ଫାର୍ମ,ଏମ. ଫାର୍ମ, ଫାର୍ମା ଡି ସମସ୍ତେ ମିଳିତ ଭାବେ ଆସନ୍ତା ଏପ୍ରିଲ ୧୭ ତାରିଖ ଠାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ନିଷ୍ପତି ନିଆ ଯାଇଥିଲା।

ଆଜି ବ୍ରହ୍ମପୁର ଠାରେ ଗଞ୍ଜାମ ଶାଖାର ଇବି ବ୍ୟଠକ ଅନୁଷ୍ଠିତ ହେଇ ଯାଇଛି। ଏହି ବ୍ୟଠକ ରେ ନିଷ୍ପତି ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ମହାସଂଘ କରିଥିବା ଦାବି ପୂରଣ ନ ହେଲେ ଗଞ୍ଜାମ ଜିଲ୍ଲା ର ସମସ୍ତ ବର୍ଗର ଫାର୍ମାସିଷ୍ଟ ଏବଂ ଛାତ୍ର ଛାତ୍ରୀ ମାନେ ଆଗାମୀ ଆନ୍ଦୋଳନ ରେ ଯୋଗଦେବେ। ଏହି ଆନ୍ଦୋଳନ ଫଳରେ ସ୍ୱାସ୍ଥ୍ୟ ସେବା ଓ ଅନୁସଙ୍ଗିକ କ୍ଷେତ୍ରରେ ଯାହା ଅଚଳବସ୍ଥା ସୃଷ୍ଟି ହେବ ସେଥିପାଇଁ ସରକାର ହିଁ ଦାୟୀ ରହିବେ।

ତେବେ ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ସରକାରଙ୍କ ସାମ୍ନାରେ ରଖା ଯାଇଥିବା ଦାବି ଗୁଡ଼ିକ ହେଲା:

୧.ଓଡିଶା ରେ ଫାର୍ମାସି ନିର୍ଦେଶାଳୟ ତିଆରି କରା ଯାଇ ଫାର୍ମାସିଷ୍ଟ ପୋଷ୍ଟ କୁ ଗୋଟିଏ କ୍ୟାଡର କରି ଓଡିଶାରେ ୩୦ ହାଜର ନୂତନ ଫାର୍ମାସିଷ୍ଟ ପଦବୀ ସୃଷ୍ଟି କରା ଯାଉ l
ପଞ୍ଜିକୃତ ଫାର୍ମାସିଷ୍ଟ ମାନେ ଓଡିଶା ର ଯେଉଁଠି ବି କାମ କରିବେ ସେଠି ସେମାନଙ୍କ ନାମକରଣ ଫାର୍ମାସି ଅଫିସର କରା ଯାଉ l

୨. ଡିପ୍ଲୋମା ଫାର୍ମାସିଷ୍ଟ , ଡିଗ୍ରୀ ଫାର୍ମାସିଷ୍ଟ, ଏମ ଫାର୍ମାସି ଏବଂ ଡକ୍ଟର ଅଫ ଫାର୍ମାସି ମାନଙ୍କୁ ଫାର୍ମାସିଷ୍ଟ ଚାକିରି ପାଇଁ ଯୋଗ୍ୟ ବିବେଚିତ କରା ଯାଉ। ଫାର୍ମାସିଷ୍ଟ ପୋଷ୍ଟ କୁ କ୍ଲାସ ୱାନ ଗେଜେଟେଡ଼ ପୋଷ୍ଟ କରା ଯାଉ ଏବଂ ଫାର୍ମାସିଷ୍ଟ ମାନଙ୍କ ଦରମା ପେ ମ୍ୟାଟ୍ରିକ୍ସ ୨୦୧୭ ଅନୁଯାଇ ଲେବୁଲ ୧୦ ଦିଆଯାଉ। ସେହିପରି ଡ୍ରଗ ଇନ୍ସପେକ୍ଟର ମାନଙ୍କ ଦରମା ଲେବଲ ୧୨ ଦିଆଯାଉ.

୩.ଓଡିଶା ରେ ଫାର୍ମାଉଦ୍ୟୋଗ ପ୍ରତିଷ୍ଠା ନିୟମ କୁ ସରଳ କରା ଯାଉ l ଯାହା ଫଳରେ ଓଡିଶା ଔଷଧ ଉତ୍ପାଦନ ରେ ଭାରତ ର ଏକ ନମ୍ବର ରାଜ୍ୟ ହେଇ ପାରିବ l

୪.ଫାର୍ମାସିଷ୍ଟ ମାନଙ୍କ ଛଡା ଅନ୍ୟ କୌଣସି ଅଣଫାର୍ମାସିଷ୍ଟ ଲୋକ ଙ୍କୁ ଔଷଧ ରକ୍ଷଣା ବେକ୍ଷଣ ଏବଂ ବିତରଣ ଦାୟିତ୍ୱ ଦିଆ ନ ଯାଉ l ଡ୍ରଗ ଆଉ କସମେଟିକ ଆକ୍ଟ ଓଡିଶା ରେ ପାଳନ କରା ଯାଉ। ଯେଉଁଠି ବି କାର୍ଯ୍ୟ କରିବେ ପଞ୍ଜିକୃତ ଫାର୍ମାସିଷ୍ଟ ଙ୍କ ଦରମା ସର୍ବନିମ୍ନ ୫୦ ହାଜର ଟଙ୍କା ହେବା ଦରକାର।

୫.PPR 2015 ଅନୁସାରେ ଫାର୍ମାସିଷ୍ଟ ମାନଙ୍କୁ ନିଜସ୍ୱ କ୍ଲିନିକ ଖୋଲି ଫାର୍ମାସିୟୁଟିକାଲ କେୟାର ଦେବା ପାଇଁ ନିୟମ ପ୍ରଣୟନ କରା ଯାଉ l ବିନା ଲାଇସେନ୍ସ ରେ ଫାର୍ମାସି ରେଜିଷ୍ଟ୍ରେସନ ଉପରେ ୧ଲକ୍ଷ ଟଙ୍କାର ଔଷଧ ଗଛିତ ରଖିବାପାଇଁ ଅନୁମତି ଦିଆ ଯାଉ। ଫାର୍ମା କ୍ଲିନିକ ପାଇଁ ଉତ୍ସାହିତ କରାଯlଉ l ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା ଫାର୍ମାସିଷ୍ଟ ମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଅଧିକାର ଦିଆ ଯାଉ। ୬୦ ବର୍ଷ ପରେ ସମସ୍ତ ପଞ୍ଜିକୃତ ଫାର୍ମାସିଷ୍ଟ ମାନଙ୍କୁ ୧୦ ହାଜର ଟଙ୍କା ପେନସନ ଦିଆ ଯାଉ.

୬.ଓଡିଶା ଫାର୍ମାସି କାଉନସିଲର ନିର୍ବାଚନ ଯଥାଶୀଘ୍ର କରା ଯାଉ। ଅନଲାଇନ ପଞ୍ଜିକରଣ ର ୧୦ ଦିନ ଭିତରେ ଫାର୍ମାସିଷ୍ଟ ମାନଙ୍କୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଦିଆ ଯାଉ। ଫାର୍ମାସି ଆକ୍ଟ ୧୯୪୮ ଏବଂ ppr 2015 ଅନୁସାରେ pci ତରଫରୁ ଓଡିଶା ରେ ପ୍ରତି ବ୍ଲକ ରେ ଡିପ୍ଲୋମା ଫାର୍ମାସିଷ୍ଟ,ଡିଗ୍ରୀ ଫାର୍ମାସିଷ୍ଟ ଏବଂ ଫାର୍ମ ଡି ମାନଙ୍କୁ ଫାର୍ମାସି ଇନିସ୍ପେକ୍ଟର ପୋଷ୍ଟିଙ୍ଗ ଦିଆ ଯାଉ।

୭.NHP 2017 ଅନୁସାରେ CHO (ସି ଏଚ ଓ )ପୋଷ୍ଟିଙ୍ଗ ପାଇଁ ପଞ୍ଜିକୃତ ଫାର୍ମାସିଷ୍ଟ ମାନଙ୍କୁ ଅଗ୍ରାଧିକାର ଦିଆ ଯାଉ l

୮.ଯେତୋଟି ସରକାରୀ ମେଡିକାଲ କଲେଜ ଅଛି ସବୁ ମେଡିକାଲ କଲେଜ ରେ ସରକାରୀ ଡିପ୍ଲୋମା ଫାର୍ମାସି,ବି ଫାର୍ମାସି, ବି ଫାର୍ମା ପ୍ରାକ୍ଟିସ,ଏମ ଫାର୍ମାସି, ଫାର୍ମ ଡି ପାଠ୍ୟକ୍ରମ ଆରମ୍ଭ କରାଯାଉ। ଫାର୍ମାସି ପଢିବା ପାଇଁ କେବଳ ନିଟ ପାସ ବାଧ୍ୟତାମୂଳକ କରାଯାଉ। ସମସ୍ତ ବେସରକାରୀ ଫାର୍ମାସି କଲେଜ ଶିକ୍ଷକ ମାନଙ୍କ ମୂଳ ଦରମା ସର୍ବନିମ୍ନ ଏକ ଲକ୍ଷ ଟଙ୍କା ରଖା ଯାଉ l

୯. ବର୍ଷ ବର୍ଷ ଧରି ଓଡିଶା ସରକାର ଙ୍କ ଅଧୀନରେ କାମ କରୁଥିବା mhu rbsk mmt, induction,ଫାର୍ମାସିଷ୍ଟ ଏବଂ nhm phst, dvlm, rvccm, ppp ମୋଡ଼, psu ମୋଡ଼, ଆଉଟ ସୋର୍ସ, ଡେଲି ୱେଜେସ ଫାର୍ମାସିଷ୍ଟ ମାନଙ୍କୁ ରେଗୁଲାର କରା ଯାଉ l

୧୦. mphw m ପୋଷ୍ଟ ରେ ଫାର୍ମାସିଷ୍ଟ ମାନେ କାମ କରୁଛନ୍ତି କିନ୍ତୁ ସେମାନଙ୍କ ନାମ ହେଲଥ ୱାର୍କର କରା ଯାଇଛି ଏବଂ ସେମାନଙ୍କ ଦରମା ଫାର୍ମାସିଷ୍ଟ ମାନଙ୍କ ଦରମା ଠୁ କମ ଦିୟା ଯାଉଛି. mphw m ରେ ଥିବା ସମସ୍ତ ଫାର୍ମାସିଷ୍ଟ ଙ୍କ ନାମ ଫାର୍ମାସିଷ୍ଟ କରାଯାଉ ଏବଂ ଦରମା ଫାର୍ମାସିଷ୍ଟ ମାନଙ୍କ ସହ ସମାନ କରାଯାଉ l

୧୧. କୋଭିଡ଼ ରେ କାମ କରୁଥିବା/କରିଥିବା ସମସ୍ତ ପଞ୍ଜିକୃତ ଫାର୍ମାସିଷ୍ଟ ମାନଙ୍କୁ( ଫାର୍ମାସିଷ୍ଟ ପୋଷ୍ଟ ରେ ବା mphw m ପୋଷ୍ଟ ରେ କାମ କରିଥିବା ସମସ୍ତ ଫାର୍ମାସିଷ୍ଟ)ଅଗ୍ରାଧିକାର ଭିତ୍ତି ରେ ଯୋଉଠି ପୋଷ୍ଟ ଖାଲି ଅଛି। ଆଗକୁ ଯାହା ପୋଷ୍ଟ ବାହାରିବ ସେଠି ପୋଷ୍ଟିଙ୍ଗ ଦିଆ ଯାଉ ଏବଂ ସେମାନଙ୍କ ପାଇଁ ସର୍ବାଧିକ ବୟସ ସୀମା କିଛି ରଖା ନ ଯାଉ।

12.ସମସ୍ତ ପଞ୍ଜିକୃତ ଫାର୍ମାସିଷ୍ଟ ମାନଙ୍କ ପାଇଁ ଏବଂ ସେମାନଙ୍କ ପରିବାର ବର୍ଗ ଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ। ସମସ୍ତ ଫାର୍ମାସିଷ୍ଟ ଙ୍କୁ ଏବଂ ସେମାନଙ୍କ ପରିବାର କୁ BSKY ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ ଏହାସହିତ ପଞ୍ଜିକୃତ ଫାର୍ମାସିଷ୍ଟ ମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଲାଗୁ କରା ଯାଉ।

Related Posts