ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ସ୍ୱଭାବିକ ହେବ ମୌସୁମୀ ବର୍ଷା। ବର୍ଷା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ (ଆଇଏମଡି ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର। ଚଳିତ ବର୍ଷ ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ଆଇଏମଡି ପକ୍ଷରୁ ପୂର୍ବାମନୁମାନ କରାଯାଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ମୌସୁମୀରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। ଚଳିତ ବର୍ଷ ୯୬% ହିସାବରେ ୮୩.୫ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି।୯୬%ରୁ ୧୦୪% ବର୍ଷା ହେଲେ ଏହାକୁ ସ୍ୱାଭାବିକ ବର୍ଷା କୁହାଯାଏ। ମୌସୁମୀର ଦ୍ୱିତୀୟାର୍ଦ୍ଧରେ ଏଲ୍-ନିନୋ ସମସ୍ୟା ସମ୍ଭାବନା ରହିଥିଲେ ମଧ୍ୟ ବର୍ଷା ପରିମାଣ ସ୍ୱାଭାବିକ ରହିବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।





