ଭୁବନେଶ୍ୱର,୧୪/୪(ସତ୍ୟପାଠ ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା ସମୟରେ ହୋଇଥିବା ପଛରେ ଗୁଇନ୍ଦା ବିଭାଗର ବିଫଳତା ହିଁ ଦାୟୀ। ଘଟଣାରେ ନିଜ ଆଡୁ ଧନୁପାଲି ଥାନାରେ ମାମଲା ରୁଜୁ କରିଛି ପୋଲିସ । ତେବେ ଏଫଆଇଆର କପିରେ ହିଁ ନିଜର ପୋଲ ଖୋଲି ଦେଇଛି ପୋଲିସ। ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ୧୭୫ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାଁ ରେ ଆର୍ମସ୍ ଆକ୍ଟ ସମେତ ୧୯ଟି ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି। ତେବେ ଗତ ୫ ତାରିଖରେ ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ପ୍ରସ୍ତାବ କୁ ଅଣଦେଖା କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ନ କରିବା ହିଁ ପୋଲିସର ସବୁଠୁ ବଡ ବିଫଳତା ଓ ହିଂସାକାଣ୍ଡର କାରଣ ପାଲଟିଛି।
ପୋଲିସର ଏଫଆଇଆର ହିଁ କହୁଛି, ଘଟଣା ଦିନ ମୋତିଜିରା ଅଞ୍ଚଳରେ ମାତ୍ର ଜଣେ ଇନ୍ସପେକ୍ଟର ଡି.କେ ସ୍ୱାଇଁ, ସବ-ଇନ୍ସପେକ୍ଟର ଧର୍ମେନ୍ଦ୍ର ଭୋଇ ଓ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ଅର୍ଥାତ ମାତ୍ର ୧୧ ଜଣ କନେଷ୍ଟବଳ ମୁତୟନ କେଉଁ ହିସାବରେ ଓ କାହା ନିର୍ଦେଶରେ ହୋଇଥିଲା ସେ ନେଇ ପ୍ରଶ୍ନ ଉଠିଛି ।
ଗୋଟିଏ ପଟେ ବାଇକ ଶୋଭାଯାତ୍ରାରେ ଏକ ହଜାର ଲୋକ ସାମିଲ ଥିବା ବେଳେ ମୋତିଜିରୋ ଅଞ୍ଚଳ ରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ର ଯୋଜନାବଦ୍ଧ ଭାବେ ୨୦୦ ଲୋକ ରୁଣ୍ଡ ହୋଇ ମରଣାତ୍ମକ ଆକ୍ରମଣ କରିବା ଘଟଣା ସମ୍ବଲପୁର ପୋଲିସ ଗୁଇନ୍ଦା ବିଫଳତା ସାମ୍ନା କୁ ଆସିଛି । ଏଠି ବଡ଼ ପ୍ରଶ୍ନ କାହିଁକି ଉକ୍ତ ସମ୍ବେଦନଶୀଳ ଅଞ୍ଚଳ ରେ ମାତ୍ର ୧୩ ଜଣ ପୋଲିସକୁ ଆଇନ ଶୃଙ୍ଖଳା ପାଇଁ ମୁତୟନ କରାଯାଇଥିଲା । ସମ୍ବେଦନଶୀଳ ଅଞ୍ଚଳ ଗଣ୍ଡଗୋଳ ଆଶଙ୍କା ନେଇ ପୋଲିସ କୁ ପୂର୍ବରୁ ଇନପୁଟ ଥିବା ସତ୍ତ୍ୱେ କାହିଁକି ପର୍ଯ୍ୟାପ୍ତ ପୋଲିସ ଫୋର୍ସ ସହ ରାପିଡ ଆକ୍ସନ ଫୋର୍ସ (RAF) ମୁତୟନ କରାଗଲା ନାହିଁ ? ତାହାହିଁ ସବୁଠୁ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ଗୋଟିଏ ପଟେ ଗତକାଲି ସମ୍ବଲପୁର ଜଳୁଥିବା ବେଳେ ସମ୍ବଲପୁର ଏସପି ଙ୍କ ଦାୟିତ୍ୱହୀନତା ପାଇଁ ସହରରେ ବର୍ତ୍ତମାନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି।





