ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ): ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳରେ ବଡ଼ ଦାୟିତ୍ବ ମିଳିଛି ।ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏନେଇ ଏଆଇସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ରାଜ୍ୟ କଂଗ୍ରେସର ୨୭ ଜଣିଆ ରାଜନୈତିକ ବ୍ୟାପାର କମିଟିକୁ ମଧ୍ୟ ଅନୁମୋଦନ ମିଳିଛି। କମିଟିରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ସ୍ଥାନିତ କରାଯାଇଛି । ସେହିପରି ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଳା ତିରିଆ, ବିଜୟ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ବାଳ , ପଞ୍ଚାନନ କାନୁନଗୋ, ସାଂସଦ ସପ୍ତଗିରି ଉଲାକା , ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସାମିଲ ହୋଇଛନ୍ତି।ସେହିଭଳି ଛାତ୍ର କଂଗ୍ରେସର ସଭାପତି, ଯୁବ କଂଗ୍ରେସ ସଭାପତି ଓ ସେବା ଦଳର ସଭାପତିଙ୍କ ସହ ୫ ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ମିଳିଛି ।

Related Posts