ଭୁବନେଶ୍ୱର,୨୪/୪(ସତ୍ୟପାଠ ବ୍ୟୁରୋ): ପୁଣିଥରେ ନ୍ୟାୟ ଦାବିରେ ରାଜରାସ୍ତାରେ କୁସ୍ତିଯୋଦ୍ଧା। ଦିଲ୍ଲୀର ଜନ୍ତରମନ୍ତର ମୈଦାନକୁ ପୁଣି ଥରେ ସ୍ବର ଉଠାଇବାକୁ ଓହ୍ଲାଇଛନ୍ତି ଉଭୟ ମହିଳା ଓ ପୁରୁଷ କୁସ୍ତିିଯୋଦ୍ଧାମାନେ। ଭାରତୀୟ କୁସ୍ତି ମହାସଙ୍ଘ (WFI) ଅଧ୍ୟକ୍ଷ ବ୍ରିଜ ଭୁଷଣ ଶରଣଙ୍କ ବିରୁଦ୍ଧରେ ହୋଇଥିବା ଯୌନ ଶୋଷଣ ଅଭିଯୋଗ ପରେ ଦିଲ୍ଲୀ ପୁଲିସ୍ କାହିଁକି ଏତଲା ପଞ୍ଜିକରଣ କରିନାହିଁ, ସେନେଇ ପ୍ରଶ୍ନ ଉଠାଇଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗତ।
ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ, ଫୋଗତ୍, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ୍, ମହିଳା କୁସ୍ତିଯୋଦ୍ଧା ମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ଅଭିଯୋଗରେ ମହାସଂଘ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏବଂ ଦିଲ୍ଲୀର ଜନ୍ତରମନ୍ତର ମୈଦାନରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ରିପୋର୍ଟ ଅନୁଯାୟୀ, କୁସ୍ତିଯୋଦ୍ଧାମାନେ ପୁନର୍ବାର ସେହି ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଟ୍ବିଟରରେ ମାଧ୍ୟମରେ ଫୋଗତ୍ ଲେଖିଛନ୍ତି ଯେ, କୁସ୍ତି ପ୍ରତିଯୋଗିତାରେ ଆମ ଦେଶକୁ ବିଭିନ୍ନ ମହିଳା କୁସ୍ତିଯୋଦ୍ଧା ମାନେ ସୁନାମ ଆଣିଛନ୍ତି; କିନ୍ତୁ ଡବ୍ଲୁଏଫ୍ଆଇ (ଜାତୀୟ କୁସ୍ତି ମହାସଂଘ)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସେମାନଙ୍କୁ ଯୌନ ଶୋଷଣ ତଥା ନିର୍ଯ୍ୟାତନା ଦେଇଛନ୍ତି। ତେବେ ତମାମ ମାମଲାର ଅନ୍ୟତମ ଏତଲା ୨୧ ଏପ୍ରିଲ ୨୦୨୩ରେ ଦାଖଲ କରାଯାଇଥିଲେ ମଧ୍ୟ ଦିଲ୍ଲୀ ପୁଲିସ୍ ଏହାକୁ ପଞ୍ଚିକରଣ କରୁନାହିଁ।
ରାଜ୍ୟଗୋଷ୍ଠୀ କ୍ରିଡ଼ା ସ୍ବର୍ଣ୍ଣ ପଦକ ବିଜେତା ଭିନେଶ ଫୋଗତ କହିଛନ୍ତି ଯେ, କୁସ୍ତି ମହାସଂଘ ସଭାପତି ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ବର୍ଷ ବର୍ଷ ଧରି ହଇରାଣ କରିଆସୁଥିଲେ। ଆମେ ଏହି ଅଭିଯୋଗ କରିବା ପରେ ଭାରତ ସରକାର ଯୋଗେଶ୍ବର ଦତ୍ତ ଏବଂ ମେରି କମ୍ଙ୍କୁ ନେଇ ଏକ ତମାମ ମାମଲାର ଗଭୀର ଅନୁସନ୍ଧାନ କରିବାକୁ ଏକ କମିଟି ଗଠନ କରିଥିଲେ।
କମନୱେଲଥ ଗେମ୍ସ (CWG) ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗାଟ କହିଛନ୍ତି ଯେ ଡବ୍ଲୁଏଫଆଇ ସଭାପତି ମହିଳା କୁସ୍ତିଯୋଦ୍ଧାଙ୍କୁ ବର୍ଷ ବର୍ଷ ଧରି ହଇରାଣ କରୁଥିଲେ। ତେଣୁ ସରକାର ଯୋଗେଶ୍ୱର ଦତ୍ତ ଏବଂ ମେରି କୋମଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ପରେ, ଅନୁସନ୍ଧାନ ବିଚାରାଧୀନ ଥିବା ଡବ୍ଲୁଏଫଆଇ ସଭାପତିଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ତେବେ ପରେ ଏହି ମାମଲା ବିଚାରଧିନ ଥିବାରୁ କୁସ୍ତି ମହାସଂଘ ଅଧ୍ୟକ୍ଷଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାପାଇଁ କୁହାଯାଇଥିଲା।
ସେପଟେ “ଯୌନ ଶୋଷଣ ବିଷୟରେ ଭିନେଶ କରିଥିବା ଅଭିଯୋଗ ବିଷୟରେ ମହାସଂଘ ଅଧ୍ୟକ୍ଷ କହିଛନ୍ତି ଯେ, ଏହି ଅଭିଯୋଗ ସହିତ ଆଉ କେହି ଆଗକୁ ଆସୁଛନ୍ତି କି? ଅନ୍ୟ କୌଣସି ଆଥଲେଟ୍ ସମାନ ଅଭିଯୋଗକୁ ନେଇ ବାହାରିଛନ୍ତି କି କିମ୍ବା ଅଧ୍ୟକ୍ଷ ଯୌନ ଶୋଷଣ କରିଥିବା ନେଇ ଅନ୍ୟ କେହି ଅଭିଯୋଗ କରିଛନ୍ତି କି? କେବଳ ଏତିିକି ନୁହେଁ, ବ୍ରିଜ ଭୂଷଣ ଆହୁରି ମଧ୍ୟ କହିଛନ୍ତି, ଅଭିଯୋଗ କରାଯାଉଛି ଯେ, କୁସ୍ତି ମହାସଂଘ ଏକଛତ୍ରବାଦୀ ଶାସନ ଭଳି କାର୍ଯ୍ୟ କରୁଛି। ଯେତେବେଳେ ମହାସଂଘ ନିୟମ ତିଆରି କରେ, ସେତେବେଳେ କୁସ୍ତିଯୋଦ୍ଧା ମାନଙ୍କୁ ସମସ୍ୟା ହୋଇଥାଏ। ଆଜି ଧାରଣାରେ ବସିଥିବା ଏହି ଖେଳାଳିମାନେ ମଧ୍ୟ ଜାତୀୟ ସ୍ତରରେ ଲଢ଼ି ନାହାଁନ୍ତି ବୋଲି ସେ କହିଛନ୍ତି।





