ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ ମିଶ୍ର

ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, କଂଗ୍ରସକୁ ଲାଗିଛି ବଡ ଝଟ୍‌କା । ନିଜ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର । ପିସିସି ସଭାପତିଙ୍କୁ ନିଜ ଇସ୍ତାଫା ପତ୍ର ପଠାଇଛନ୍ତି ଅଶୋକ ମିଶ୍ର ।ପିସିସି ସଭାପତିଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସଭାପତି ପଦ ଛାଡ଼ିଥିଲେ ବି ଦଳର ପ୍ରାଥମିକ ସଦସ୍ୟ ଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ଦଳୀୟ ନେତୃତ୍ୱଙ୍କ କାର୍ଯ୍ୟକଳାପକୁ ନେଇ ସେ ଅସନ୍ତୋଷ ଝାଡ଼ିଛନ୍ତି। ଦଳରେ ଅଣନିଶ୍ୱାସୀ ଲାଗିବାରୁ ସଭାପତି ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।ମଇ ୧୦ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟିଂ ହେବ । ମଇ ୧୩ରେ ଭୋଗ ଗଣତି ହେବ । ଏବେ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ବିଜେପି, କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ। ହାତରେ ମାତ୍ର ଅଳ୍ପ ଦିନ ଥିବାରୁ ଏବେ ପ୍ରଚାରକୁ ଅଧିକ ଜୋରଦାର କରାଯାଇଛିା ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ କଡ଼ା ଲଢ଼େଇ ହେଉଛି। ଏସବୁ ଭିତରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଇସ୍ତଫା ଦେବା ଦଳକୁ ଏକ ବଡ ଝଟକା ଲାଗିଛି।

Related Posts