ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ, ଶରୀରରେ ରହିଛି ଏକାଧିକ କ୍ଷତ ଚିହ୍ନ

ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ଏକ ସାଢ଼େ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲି।

ସେ କହିଛନ୍ତି, ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ କଳା ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ନିଜ ଅଂଚଳ ବାଛିବା ପାଇଁ ବାଘ ବାଘ ଲଢେଇ ହୋଇଥିବା ଅନୁମାନ କରାଯାଉଛି। ବାଘଟି ଅଣ୍ଡିରା ହୋଇଥିବା ବେଳେ ବୟସ ସାଢେ ୩ ବର୍ଷ ହେବ। ମୟୂରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ବନ ବିଭାଗ ଠାବ କରିଛି। ବାଘ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ହୋଇଛି।

Related Posts