ଭୁବନେଶ୍ୱର,୧୩/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ଆଜି ସକାଳ ୮ଟାରୁ ୩୬ଟି ଗଣତି କେନ୍ଦ୍ରରେ ଗଣନା ଆରମ୍ଭ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ହେଉଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ଆରମ୍ଭ ହୋଇଥିଲା ଇଭିଏମ୍ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ କର୍ଣ୍ଣାଟକରେ କଂଗ୍ରେସ ଆଗୁଆ ରହିଛି। ରାଜ୍ୟରେ ସରକାରରେ ଥିବା ବିଜେପି ପଛୁଆ ପଡ଼ିଛି । ସେପଟେ କଂଗ୍ରେସର ଟପ୍ ନେତା କୁହାଯାଉଥିବା ସିଦ୍ଦରମେୟା ଓ ଡିକେ ଶିବ କୁମାର ନିଜ ନିଜ ଆସନରେ ଆଗୁଆ ଚାଲିଥିବା ବେଳେ ବିଜେପିର ମୁଖ୍ୟମନ୍ତ୍ରୀ ବୋମଇ ମଧ୍ୟ ନିଜ ଆସନରେ ଆଗୁଆ ଚାଲିଛନ୍ତି।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ମୋଟ୍ ୨୨୪ ଆସନରୁ କଂଗ୍ରେସ୍ ୧୨୦ଟି ସିଟରେ ଆଗୁଆ ରହିଥିବାବେଳେ ବିଜେପି ୭୦ଟି ସିଟରେ ଆଗୁଆ ରହିଛି । ସେହିପରି ଜେଡିଏସ୍ ୨୬ଟି ସିଟ ଓ ଅନ୍ୟାନ୍ୟ ଦଳ ୮ଟି ସିଟରେ ଆଗୁଆ ରହିଛି ।





